କେରଳର ୫ କ୍ରିକେଟର ନିଲମ୍ବିତ

0

ତିରୁଅନନ୍ତପୁରମ : କେରଳ କ୍ରିକେଟ ଆସୋସିଏସନ (କେସିଏ) ପକ୍ଷରୁ ଶନିବାର ରାଜ୍ୟର ୫ ଜଣ କ୍ରିକେଟରଙ୍କୁ ନିଲମ୍ବିତ କରାଯାଇଛି। ଏହାବ୍ୟତୀତ ଅନ୍ୟ ଆଠଜଣ କ୍ରିକେଟରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଥିବା ଜଣାପଡିଛି। ସଂଘ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଏମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବିତ କ୍ରିକେଟରମାନେ ହେଲେ ରାଇଫି ଭିନସେଣ୍ଟ ଗୋମେଜ, ସନ୍ଦୀପ ୱାରିୟର, ରୋହନ ପ୍ରେମ, କେ.ଆସିଫ ଓ ମହମ୍ମଦ ଆଜାରୁଦ୍ଦିନ। ସଂପୃକ୍ତ ପାଞ୍ଚଜଣ କ୍ରିକେଟରଙ୍କୁ ଆଗାମୀ ୩ଟି ଦିନିକିଆ ମ୍ୟାଚରୁ ନିଲମ୍ବିତ କରାଯାଇଛି। ଅର୍ଥଦଣ୍ଡରେ ଦଣ୍ଡିତ ହୋଇଥିବା କ୍ରିକେଟରମାନେ ହେଲେ ଅଭିଷେକ ମୋହନ, କେ.ସି.ଅକ୍ଷୟ, ଫାରୁକ ଅହମ୍ମଦ, ଏମ.ଡି.ନିଧେଶ, ସଞ୍ଜୁ ସାମସନ୍‍, ସଲମାନ ନିଜାର, ସିଜୋମନ ଜୋସେଫ ଓ ଭି.ଏ.ଜଗଦୀଶ। ବିସିସିଆଇ ନିୟମ ଅନୁଯାୟୀ ଏହି ଖେଳାଳିଙ୍କର ତିନିଦିନର ପାରିଶ୍ରମିକ କଟାଯାଇଛି। ଏହି ଅର୍ଥକୁ ସେମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବାକୁ କେସିଏ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Leave A Reply