କଂଗ୍ରେସ ସାଂସଦ ଶାନବାସଙ୍କ ପରଲୋକ

0

ନୂଆଦିଲ୍ଲୀ : କେରଳ କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ୱାୟନାଡ ସାଂସଦ ଏମ୍‍. ଆଇ ଶାନବାସଙ୍କର ଚେନ୍ନଇଠାରେ ବୁଧବାର ପରଲୋକ ଘଟିଛି। ୬୭ ବର୍ଷ ବୟସ୍କ ୱାୟନାଡ କର୍କଟ ରୋଗରେ ପୀଡ଼ିତ ଥିଲେ। ଏର୍ଣ୍ଣାକୁଲମଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୧୯୮୩ରୁ ସେ କେରଳ ପିସିସି ସଦସ୍ୟ ଥିଲେ। ୨୦୦୯ ଏବଂ ୨୦୧୪ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କର ପତ୍ନୀ, ଗୋଟିଏ ପୁତ୍ର ଏବଂ ଗୋଟିଏ ଝିଅ ଅଛନ୍ତି।

Leave A Reply