କେରଳ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନରେ ମିଳିଲାଣି ୧୦୦୦ କୋଟିରୁ ଅଧିକ ଟଙ୍କା

0

କୋଚି.-  ବନ୍ୟାରେ କେରଳର ବହୁ କ୍ଷୟ କ୍ଷତି ହୋଇଛି । ହେଲେ କେରଳର ବନ୍ୟା ପୀଡିତଙ୍କୁ ସାରା ଦେଶ ଏକାଠି ହୋଇ ସାହାଯ୍ୟ କରିଥିଲା । ଏବେ ବି ସାରା ଦେଶରୁ କେରଳକୁ ସାହାଯ୍ୟ ମିଳିବାରେ ଲାଗିଛି । କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଅଗଷ୍ଟ  ୩୧ ତାରଖ ସନ୍ଧ୍ୟା ସୁଦ୍ଧା  ୧୦୨୭ କୋଟି ଟଙ୍କା ମିଳି ସାରିଲାଣି ।

୧୪୬ କୋଟି ଟଙ୍କା ଅନ୍‌ଲାଇନ୍‌ ଦାନରୁ ମିଳିଥିବା ବେଳେ  ୮୩୫ କୋଟି ଟଙ୍କା ନଗଦ ଟଙ୍କା, ଚେକ୍‌ ଓ ଆରଟିଜିଏସ୍‌ରୁ  ମିଳିଛି । ୟୁପିଆଇ ଆକଉଣ୍ଟ ଦାନରୁ ୪୬ କୋଟି ଟଙ୍କା ମିଳିଥିବା ସୂଚନା ମିଳିଛି ।

Leave A Reply