କେରଳରେ କଠୁଆ ଏବଂ ଉନ୍ନାଓ ଘଟଣା ବିରୋଧରେ ପ୍ରଦର୍ଶନ, ୯୦୦ ଗିରଫ

0

ତିରୁଅନନ୍ତପୁରମ : କଠୁଆ ଏବଂ ଉନ୍ନାଓ ଗଣବଳାତ୍କାର ଘଟଣାକୁ ନେଇ କେରଳରେ ବିଭିନ୍ନ ସଂଗଠନ ପକ୍ଷରୁ ଅପ୍ରେଲ ୧୬ରେ ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦ ପାଳନ ବେଳେ ହିଂସାକାଣ୍ଡ ଭିଆଇବା ଅଭିଯୋଗରେ କେରଳ ପୁଲିସ୍‍ ୯୦୦ ଲୋକଙ୍କୁ ଗିରଫ କରିଛି। ସାମାଜିକ ଗଣମାଧ୍ୟମ ଜରିଆରେ ଏହି ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ନେଇ ରାଜ୍ୟର ବିଭିନ୍ନ ଭାଗରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ କେରଳ ପୁଲିସ୍‍ ରାଜ୍ୟରେ ହାଇ ଆଲର୍ଟ ଜାରି କରିଥିଲା। ଏହାପରେ ସୋମବାର ଅର୍ଥାତ ଅପ୍ରେଲ ୧୬ରେ ବନ୍ଦ ପାଳନ କରାଯାଇଥିଲା। ବନ୍ଦ ପାଳନ ବେଳେ ବଳପୂର୍ବକ ଦୋକାନ, ବଜାର ବନ୍ଦ କରଯିବା ସହ ପଥର ଓ ଢେଲା ମାଡ଼ କରାଯାଇଥିଲା। ରାଜ୍ୟର ବିଭିନ୍ନ ଭାଗରେ ହିଂସାକାଣ୍ଡକୁ ନେଇ ଏପର୍ଯ୍ୟନ୍ତ ୯୦୦ ଜଣଙ୍କୁ ଗିରଫ କରାଯାଇଥିବା କେରଳ ପୁଲିସ୍‍ ସୂତ୍ରରୁ ପ୍ରକାଶ। ପ୍ରକାଶ ଯେ କଠୁଆ ଏବଂ ଉନ୍ନାଓ ବଳାତ୍କାର ମାମଲାକୁ ନେଇ ଦିଲ୍ଲୀ, ମୁମ୍ବଇ, ଗୋଆ, କେରଳ ସମେତ ଦେଶର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ ଓ ମହମବତୀ ଶୋଭାଯାତ୍ରାମାନ କରାଯାଇଥିଲା।

Leave A Reply