ହାରି ନାହାନ୍ତି କେରଳବାସୀ; ଆଶ୍ରୟ ସ୍ଥଳରେ ବିବାହ

0

ପ୍ରଳୟଙ୍କରୀ ବନ୍ୟାରେ ହାର ମାନି ନାହାନ୍ତି କେରଳବାସୀ । ଏହାର ଏକ ତାଜା ଉଦାହରଣ ମାଲ୍ଲପୁରମ୍ ଜିଲାରେ ଦେଖିବାକୁ ମିଳିଛି । ବନ୍ୟାରେ  ଧନଜୀବନ ନଷ୍ଟ ହେବାରେ ଲାଗିଥିବା ବେଳେ ଜୀବନର ଏକ ନୂଆ ସୋପାନରେ ପାଦ ଥାପିଛନ୍ତି ଦୁଇ ପ୍ରେମୀ। ବନ୍ୟାରେ ବାସ ହରାଇ ଥିବା ଯୁବକ ଓ ଯୁବତୀ ରିଲିଫ ଶିବିରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

୨୪ ବର୍ଷୀୟ ଅଞ୍ଜୁଙ୍କ ଘର ବନ୍ୟା ଘେରରେ ବୁଡି ରହିଛି। ତେଣୁ ସେ ପରିବାର ସହ ନିକଟସ୍ଥ ଏକ ପ୍ରାଥମିକ ସ୍କୁଲରେ ହୋଇଥିବା ଏକ ରିଲିଫ ଶିବିରରେ ରହିଛନ୍ତି। ଏହି କାରଣରୁ ପରିବାର ଲୋକ ବିବାହ ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବନ୍ଧୁ ପରିଜନଙ୍କ ବୁଝାସୁଝା ପରେ ବିନା କୌଣସି ଆପତ୍ତିରେ ପରିବାର ଲୋକ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ସଂଯୋଗବଶତଃ ବର ପକ୍ଷ ମଧ୍ୟ ସେହି ଆଶ୍ରୟ ସ୍ଥଳରେ ହିଁ ଥିଲେ।

ବନ୍ୟା ସତ୍ତ୍ବେ  ବର ଓ କନ୍ୟା ପକ୍ଷ ଲୋକ କୌଣସିମତେ ମନ୍ଦିରରେ ପହଞ୍ଚିଥିଲେ ଓ ପରେ ବିବାହ ସମ୍ପନ୍ନ ହୋଇଥିଲା । କୌତୁହଳ ବିଷୟ ହେଲା ଶିବିରରେ ଆଶ୍ରୟ ଦେଇଥିବା ଲୋକେ ଏହି ବିବାହର ବରଯାତ୍ରୀ ସାଜିଥିଲେ । ମନ୍ଦିର ତରଫରୁ ବିବାହ ଉତ୍ସବରେ ​‌ଯୋଗ ଦେଇଥିବା ଲୋକଙ୍କୁ ମନ୍ଦିର ତରଫରୁ ପ୍ରୀତି ଭୋଜନରେ ଆପ୍ୟାୟିତ କରାଯାଇଥିଲା।

Leave A Reply