ଓଡିଶାର ସ୍ବତନ୍ତ୍ର ଉଦ୍ଧାରକାରୀ ଦଳର କେରଳ ଯାତ୍ରା

0

ଭୁବନେଶ୍ବର: କେରଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଓଡ଼ାପଲ୍ଲୀ ଅଞ୍ଚଳରେ ୧୩୦ଜଣ ଓଡ଼ିଆ ଫସି ରହିଛନ୍ତି । ସେମାନଙ୍କ ନିକଟରେ ଖାଦ୍ୟ ଓ ପାନୀୟ ଜଳ ପହଞ୍ଚିପାରୁ ନ ଥିବା ବେଳେ ଭୋକ ଉପବାସରେ ଦିନ କାଟୁଛନ୍ତି। ଏଭଳି ପରିସ୍ଥିତିରେ ଓଡିଶା ସରକାର କେରଳ ସରକାରଙ୍କୁ ସହାୟତାର ହାତ ବଢାଇଛି । ଉଦ୍ଧାର ଓ ରିଲିଜ କାର୍ଯ୍ୟ ପାଇଁ ୨୪୦ ଜଣ ଅଗ୍ନିଶମ କର୍ମଚାରୀ ଏକ ସ୍ବତନ୍ତ୍ର ବିମାନରେ କେରଳ ଅଭିମୁଖେ ଯାତ୍ରା କରିଛନ୍ତି। ଏହା ସହ ୭୫ଟି ପାୱାର ବୋଟ ମଧ୍ୟ ପଠାଯାଇଛି । ଏହାବ୍ୟତୀତ ବନ୍ୟା ପ୍ରଭାବିତ ଓଡ଼ିଶାର ଲୋକଙ୍କୁ ସହାୟତା ପ୍ରଦାନ ପାଇଁ ଶୁକ୍ରବାର ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ୟ୍ୟାଳୟ ପକ୍ଷରୁ  ହେଲ୍ପ ଲାଇନ (୧୦୭୦-ଟୋଲ ଫ୍ରି)ଏବଂ ୦୬୭୪-୨୫୩୪୧୭୭ ଜାରି କରାଯାଇଛି । କେରଳର ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ପୂର୍ବରୁ ଓଡ଼ିଶା ସରକାର ୫କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ।

Leave A Reply