ସର୍ପାଘାତରେ ଗର୍ଭବତୀ ମହିଳା ମୃତ

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପଇଦାପାଟଣ ପଞ୍ଚାୟତ ନୁସୁରିପଶି ଗ୍ରାମର ଲାଦୁର ମୁଣ୍ଡାଙ୍କ ଗର୍ଭବତୀ ପତ୍ନୀ ରଜନୀ ମୁଣ୍ଡା (୧୯)ଙ୍କର ଶୁକ୍ରବାର ସର୍ପାଘାତରେ ମୃତ୍ୟୁ ଘଟିଛି । ଗତରାତି ସେ ପରିଶ୍ରା ପାଇଁ ଘର ବାହାରକୁ ଆସିଥିବା ସମୟରେ ଏକ ବିଷାକ୍ତ ଚିତି ସାପ ରଜନୀଙ୍କ ଗୋଡକୁ କାମୁଡ଼ି ଦେଇଥିଲା । ସର୍ପାଘାତରେ ଗୁରୁତର ରଜନୀ ମୁଣ୍ଡାଙ୍କୁ ଚିକିତ୍ସା ପାଇଁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଘଟଗାଁ ପୁଲିସ ଶୁକ୍ରବାର ମୃତ ମହିଳାଙ୍କର ମୃତଦେହ ବ୍ୟବଚ୍ଛେଦ କରାଇଛି।

Comments are closed.