କେନାଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

0

ଘସିପୁରା : କେନ୍ଦୁଝର ଜିଲା ସୋସୋ ଥାନା ଅନ୍ତର୍ଗତ ଅନ୍ଧାରୀ ଗାଁ ନିକଟ ବିଦ୍ୟାଧରପୁର କେନାଲରୁ ଜଣେ ବୃଦ୍ଧଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି। ସୂଚନାମୁତାବକ କେନାଲରେ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବାର ଖବରପାଇଁ ସୋସୋ ପୁଲିସ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦପାଇଁ ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିବା ଜଣାପଡିଛି। ମୃତକଙ୍କ ଜଣଙ୍କ ମୟୁରଭଞ୍ଜ ଜିଲା ମହୁଲଡିହା ଅନ୍ତର୍ଗତ ଜାମୁ ମୁଣ୍ଡି ଗ୍ରାମର ସ୍ୱର୍ଗତ ଦଶରଥ ନାଇକଙ୍କ ପୁତ୍ର ଦିନବନ୍ଧୁ ନାଇକ(୭୫) ବୋଲି ଜଣାପଡିଛି। ଏହା ହତ୍ୟା କି ଆତ୍ମହତ୍ୟା ଠିକ୍‍ ଭାବରେ ଜଣାପଡିନଥିବା ବେଳେ ପୁଲିସର ସନ୍ଦେହ ବଢିଯାଇଛି। ସୋସୋ ପୁଲିସ ଶବକୁ ଜବତ କରିବା ସହିତ ଆନନ୍ଦପୁର ଡାକ୍ତରଖାନାକୁ ଆଣି ଶବବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି। ପୁଲିସ ଏନେଇ ଅନୁସନ୍ଧାନ ଜାରୀରଖିଥିବା ଜଣାପଡିଛି।

Leave A Reply