ଚାଟ୍ ଖାଇ ୧୧ ଅସୁସ୍ଥ

ଆନନ୍ଦପୁର : କେନ୍ଦୁଝର ଜିଲା ଘସିପୁରା ଥାନା ଛକରେ ଥିବା ଏକ ଚାଟ୍ ଦୋକାନରୁ ଚାଟ୍ ଖାଇ ୧୧ଜଣ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଅସୁସ୍ଥ ୧୧ ଜଣଙ୍କୁ ଆନନ୍ଦପୁର ଡ଼ାକ୍ତରଖାନରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛି। ଏପର୍ଯ୍ୟନ୍ତ ଅସୁସ୍ଥ ୧୧ ଜଣଙ୍କ ବାବଦରେ ସମ୍ପୂର୍ଣ୍ଣି ସୂଚନା ମିଳିପାରି ନାହିଁ।