ଚତୁର୍ଥୀ ଦିନ ବଜ୍ରପାତରେ ବର ମୃତ, କନ୍ୟା ଗୁରୁତର

ଆନନ୍ଦପୁର : କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆପାଳ ଗ୍ରାମରେ ବିବାହ ପରେ ଚତୁର୍ଥ ଦିନ ବଜ୍ରାପାତରେ ବରର ମୃତ୍ୟୁ ଘଟିଥିଲାବେଳେ କନ୍ୟା ସହ ୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଚତୁର୍ଥୀ ପାଇଁ ଭୋଜି ପ୍ରସ୍ତୁତି ବେଳେ ବଜ୍ରାଘାତ ହୋଇଥିଲା। ବଜ୍ରାପାତରେ ବର, କନ୍ୟାଙ୍କ ସମେତ ୩ଜଣ ଗୁରୁତର ହୋଇଥିଲେ।  ଗୁରୁତର ମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବର ଜିତେନ୍ଦ୍ର ମୁର୍ମୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Comments are closed.