ଚୋରକୁ କାବୁ କରି ପୁଲିସ ଜିମା ଦେଲେ ଲୋକେ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ହାଟରେ ଜଣେ ଚୋର ଚତୁରତାର ସହ ପୋଷାକ ଦୋକାନୀଙ୍କ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲା। ଦୋକାନୀଙ୍କ ପାଟି ଶୁଣି ହାଟରେ ଥିବା ଲୋକମାନେ ଗୋଡାଇ ଗୋଡାଇ ଟଙ୍କା ବ୍ୟାଗ ଲୁଟି ଥିବା ଚୋରକୁ କାବୁ କରିବା ସହ ବେଶ ଉତ୍ତମ ମଧ୍ୟମ ଦେବା ପରେ ପୁଲିସର ଜିମା ଦେଇଥିଲେ । ହାଟରେ ପୋଷାକ ବିକ୍ରି କରୁଥିବା ରରୁଆଁ ଥାନା ଇନ୍ଦୁପୁର ଗ୍ରାମର ଲଳିତ କୁମାର ପତି ଲୁଟେରା କବଳରୁ ଉଦ୍ଧାର ମୋଟ ୩୬ ହଜାର ଟଙ୍କା ଫେରି ପାଇବା ପରେ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଟଙ୍କା ବ୍ୟାଗ ଛଡାଇ ନେଇଥିବା ଅଭ୍ୟାସ ଗତ ଲୁଟେରା ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅଞ୍ଚଳର ତୋଫାନ ପ୍ରଧାନ(୨୧)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Comments are closed.