ନର୍ସିଂ ଅଧିକାରୀ ଓ ସହାୟକ ନର୍ସିଂ ମିଡୱାଇଫଙ୍କ ନିମନ୍ତେ ଦ୍ବିଦିବସୀୟ ତାଲିମ କର୍ମଶାଳା ରାଜ୍ୟ ଶ୍ରମ ସଂସ୍ଥାନରେ ଉଦଘାଟିତ

ଭୁବନେଶ୍ବର: ଶ୍ରମ ଓ ଇଏସ ଆଇ ବିଭାଗ ଦ୍ୱାରା ରାଜ୍ୟ ରେ ଅବସ୍ଥାପିତ କର୍ମଚାରୀ ରାଜ୍ୟ ବୀମା ଯୋଜନା ଡାକ୍ତରଖାନା ମାନଙ୍କରେ କାର୍ଯ କରୁଥିବା ନର୍ସିଂ(ସେବିକା) ଅଧିକାରୀ ଓ ସହାୟକ ନର୍ସିଂ ମିଡୱାଇଫମାନଙ୍କ ନିମନ୍ତେ ଏକ ଦ୍ବିଦିବସୀୟ ତାଲିମ କର୍ମଶାଳା ରାଜ୍ୟ ଶ୍ରମ ସଂସ୍ଥାନ ରେ ଉଦଘାଟିତ ହୋଇଯାଇଛି। ଏହି କର୍ମଶାଳା ଦୁଇ ଦିନ ଧରି ଚାଲିବ ।

ଏହି ତାଲିମ କର୍ମଶାଳାର ପ୍ରଥମ ଦିବସର ଉଦଘ।ଟନୀ ଉତ୍ସବକୁ ମୁଖ୍ୟଅତିଥି ଭାବେ ସଂସ୍ଥାନ ଉପାଧ୍ୟକ୍ଷ ଏବଂ ଶ୍ରମ ବିଭାଗ କମିଶନର ତଥା ଶାସନ ସଚିବ ଆର. ଏସ୍ ଗୋପାଳନ ଉଦଘାଟନ କରିଥିଲେ ।  ଅଶୋକ କୁମାର ପଣ୍ଡା, ଶ୍ରମ ବିଭାଗ ର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ, କର୍ମଚାରୀ ରାଜ୍ୟ ବୀମା ଯୋଜନା, ଓଡ଼ିଶା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ସଂସ୍ଥାନ ନିର୍ଦ୍ଦେଶକ ତଥା ଶ୍ରମ ବିଭାଗ ଅତିରିକ୍ତ ଶାସନ ସଚିବ ନୀତି ରଂଜନ ସେନ୍ କର୍ମଶାଳ।କୁ ସଂଚାଳନ କରିଥିଲେ । ଶେଷରେ ଡାକ୍ତର ଜଗତ ଜୀବନ ପତି, ଯୁଗ୍ମ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କର୍ମଶାଳା ରେ ସମୁଦାୟ ୩୦ ଜଣ ନର୍ସିଂ(ସେବିକା) ଅଧିକାରୀ ଓ ସହାୟକ ନର୍ସିଂ ମିଡୱାଇଫ ଯୋଗଦାନ କରିଛନ୍ତି । ଆସନ୍ତା କାଲି ଏହି କର୍ମଶାଳାର ଅନ୍ତିମ ଦିବସ ।

Comments are closed.