ମନରେଗା ଦୁର୍ନୀତିର ତଦନ୍ତ ଦାବିକଲା ବିଜେପି

ହରଭଙ୍ଗା :  ବିଜେପି ଯୁବ ମୋର୍ଚ୍ଚା ହରଭଙ୍ଗା  ବ୍ଲକରେ ମନରେଗା ଦୁର୍ନୀତିର ତଦନ୍ତ ଦାବି କରିଛି । ଏ ସମ୍ପର୍କରେ ଏକ ଦାବି ପତ୍ର ସୋମବାର ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଅରୂପା ଦୀପ, ରଞ୍ଜନ ଦଳେଇ, ସୁନିତ କୁମାର ଦୀପଙ୍କ ପକ୍ଷରୁ  ବିଡିଓଙ୍କୁ ପ୍ରଦାନ କରାଯାଇଛି । ହରଭଙ୍ଗା ବ୍ଲକରେ ହୋଇଥିବା ମନରେଗା କାମରେ ଗୋଚର ଜମିରେ ପୋଖରୀ ଖୋଳି ମହାଦୁର୍ନୀତି କରିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ଖବର  ଆଧାରରେ ଦଶ ଲକ୍ଷ ଟଙ୍କା ଦୁର୍ନୀତିର ପ୍ରକୃତ ତଦନ୍ତ କରି ଦୋଷିକୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଯୁବ ମୋର୍ଚ୍ଚା ଦାବି କରିଛି । ନଚେତ  ଆସନ୍ତା ସାତଦିନ ମଧ୍ୟରେ  ବ୍ଲକ ଘେରାଉ  ପାଇଁ  ବିଜେପି ମୋର୍ଚ୍ଚା ଚେତାବନୀ  ଦେଇଛି ।

Comments are closed.