ଅନ୍ତରୀଣ କମିଟି ଗଠନ ନେଇ ଜିଲା ଓକିଲ ସଂଘରେ ଛକାପଞ୍ଝା

କେନ୍ଦୁଝରଗଡ: ‘ୱାନ ବାର ୱାନ ଭୋଟ’ଆଧାରରେ ଓଡିଶା ରାଜ୍ୟ ବାର କାଉନସିଲ ସହ ଅନୁବନ୍ଧିତ ରାଜ୍ୟର ସମସ୍ତ ଓକିଲ ସଂଘ ୨୦୨୦-୨୧ ବର୍ଷ ପାଇଁ ନିର୍ବାଚନ ବାତିଲ ପରେ ମେ’ ୨୦ ତାରିଖ ସୁଦ୍ଧା ଅନ୍ତରୀଣ କମିଟି ଗଠନ ସହ ରିପୋର୍ଟ କରିବାକୁ ଓଡିଶା ରାଜ୍ୟ ବାର କାଉନସିଲ ସ୍ୱତନ୍ତ୍ର କମିଟି ସମ୍ପାଦକ ଜେ.କେ.ସାମନ୍ତସିଂହାର ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ସତ୍ତାବଳୀ ସହ ଆଦେଶ କରିଥିଲେ। ଅନୁବନ୍ଧିତ ସଂଘ ପକ୍ଷରୁ ମେ ୨୦ ତାରିଖ ସୁଦ୍ଧା ଅନ୍ତରୀଣ କମିଟି ଗଠନ କରାଯାଇ ଓଡିଶା ରାଜ୍ୟ ବାର କାଉନସିଲକୁ ରିପୋର୍ଟ କରାନଗଲେ ପରବର୍ତ୍ତି ୭ଦିନ ମଧ୍ୟରେ ଓଡିଶା ରାଜ୍ୟ ବାର କାଉନସିଲ ପକ୍ଷରୁ ସମ୍ପୃକ୍ତ ସଂଘର ଅନ୍ତରୀଣ କମିଟି ଗଠନ କରାଯାଇ ଜଣାଇ ଦିଆଯିବ ବୋଲି ଆଦେଶରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଏହି ଅନ୍ତରୀଣ କମିଟି କେବଳ ପୂର୍ବତନ ସଭାପତି ଓ ସମ୍ପାଦକଙ୍କୁ ନେଇ ଗଠିତ ହେବାକୁ ଥିବାବେଳେ ଏହି କମିଟି ଗଠନ ନିମନ୍ତେ ଜିଲା ଓକିଲ ସଂଘ ଆଡହକ୍‍ କମିଟି ଅସହଯୋଗ କରୁଥିବା ନେଇ କେନ୍ଦୁଝର ଜିଲା ଓକିଲ ସଂଘ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜିବୀ ଗଣେଶପ୍ରସାଦ ମହାପାତ୍ର ଏ ସଂକ୍ରାନ୍ତରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିବାକୁ ମେ ୧୨ ତାରିଖ ଚିଠି ନଂ ୦୬/୨୦୧୬ଯୋଗେ ଓଡିଶା ରାଜ୍ୟ ବାର କାଉନସିଲ ସ୍ୱତନ୍ତ୍ର କମିଟି ସମ୍ପାଦକ ଜେ.କେ.ସାମନ୍ତସିଂହାରଙ୍କୁ ପତ୍ର ଲେଖି ଅବଗତ କରିଥିଲେ।

ଜିଲା ଓକିଲ ସଂଘ ଚିଠି ନଂ ୨୫/୨୦୨୦ ତା ୧୨/୦୫/୨୦୨୦ର ଚିଠି ପାଇବା ପରେ ଓଡିଶା ରାଜ୍ୟ ବାର କାଉନସିଲ ସ୍ୱତନ୍ତ୍ର କମିଟି ସମ୍ପାଦକ ଶ୍ରୀ ସାମନ୍ତସିଂହାର ଚିଠି ନଂ ଓଏସ୍‍ବିସି ୪୦୨୯/୨୦ ତା ୧୬/୦୫/୨୦୨୦ରିଖ ଯୋଗେ ଜିଲା ଓକିଲ ସଂଘ ଆଡହକ୍‍ କମିଟି ଚେୟାରମ୍ୟାନଙ୍କୁ ଚିଠି ଲେଖି ୨୦୧୯-୨୦ ବର୍ଷ ପାଇଁ ଆଡହକ କମିଟି ବର୍ତ୍ତମାନର କାର୍ଯ୍ୟକର୍ତ୍ତା ହୋଇଥିବା ଦର୍ଶାଇ ସଂଘର ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ମେ ୨୦ ତାରିଖ ସୁଦ୍ଧା ଅନ୍ତରୀଣ କମିଟି ଗଠନ ପାଇଁ ନିର୍ଦେଶ ଦେବାସହ ଉକ୍ତ ନବଗଠିତ ହେବାକୁ ଥିବା ଅନ୍ତରୀଣ କମିଟିରେ ବର୍ତ୍ତମାନର ଆଡହକ୍‍ କମିଟିର କୌଣସି କର୍ମକର୍ତ୍ତା ସଦସ୍ୟ ରହି ପାରିବେ ନାହିଁ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ। ଏହି ଆଦେଶ ପରେ ଆଡହକ କମିଟି ପକ୍ଷରୁ ଅନ୍ତରୀଣ କମିଟି ଗଠନ କରାଯାଇ ଓଡିଶା ରାଜ୍ୟ ବାର କାଉନସିଲକୁ ପଠାଇ ଦିଆଯାଇଥିବା ଆକ୍କ୍‍ କମିଟି ଅଧ୍ୟକ୍ଷା ସୁଶ୍ରୀ ସଙ୍ଗୀତା ସିଂହ କହିଛନ୍ତି। ଓଡିଶା ରାଜ୍ୟ ବାର କାଉନସିଲ ସ୍ୱତନ୍ତ୍ର କମିଟି ସମ୍ପାଦକଙ୍କ ଆଦେଶ ମୁତାବକ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ଅନ୍ତରୀଣ କମିଟି ଗଠନ କରାଯାଇନଥିବା ନେଇ ଜିଲା ଓକିଲ ସଂଘ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜିବୀ ଗଣେଶପ୍ରସାଦ ମହାପାତ୍ର ଚିଠି ନଂ ୭/୨୦୨୦-୨୧ ତା ୨୧/୦୫/୨୦୨୦ରିଖ ଯୋଗେ ଓଡିଶା ରାଜ୍ୟ ବାର କାଉନସିଲକୁ ପତ୍ର ଲେଖି ଜଣାଇଛନ୍ତି। ଏଥିସହ ଅନ୍ତରୀଣ କମିଟି ନିମନ୍ତେ ୫ଜଣ ସଦସ୍ୟଙ୍କ ମଧ୍ୟରୁ ଯୋଗ୍ୟ ୨ଜଣ ପୂର୍ବତନ ସଭାପତି ଓ ୩ଜଣ ପୂର୍ବତନ ସମ୍ପାଦକଙ୍କ ନାମ ମଧ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ମହାପାତ୍ର ଓଡିଶା ରାଜ୍ୟ ବାର କାଉନସିଲକୁ ଲେଖି ପଠାଇଥିବା ଜଣାପଡିଛି। ଅପରପକ୍ଷେ ଅନ୍ତରୀଣ କମିଟି ଗଠନ ସମୟରେ ଆଡହକ୍‍ କମିଟି ଚେୟାରମ୍ୟାନ ନିର୍ବାଚନ ଅଧିକାରୀଙ୍କୁ ଅବଗତ ନକରି କମିଟି ଗଠନ କରିଥିବାରୁ ଏହା ଅସାମ୍ବିଧାନିକ ଦର୍ଶାଇ ସଂଘର ବରିଷ୍ଠ ସଦସ୍ୟ ବିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଓଡିଶା ରାଜ୍ୟ ବାର କାଉନସିଲ ଦ୍ୱାରସ୍ଥ ହେବା ଅନ୍ତରୀଣ କମିଟି ଗଠନ ନେଇ ଜିଲା ଓକିଲ ସଂଘରେ ଥିବା ଛକାପଞ୍ଝାକୁ ପଦାରେ ପକାଇଛି। ଏଭଳିସ୍ଥିତିରେ ଅନ୍ତରୀଣ କମିଟି ଗଠନ ନେଇ ଓଡିଶା ରାଜ୍ୟ ବାର କାଉନସିଲ ପକ୍ଷରୁ ପରବର୍ତ୍ତି ଆଦେଶ କ’ଣ ଆସୁଛି ସେ ନେଇ ସଂଘ ସଦସ୍ୟ ଉତ୍ସୁକତାର ସହ ଚାହିଁ ବସିଛନ୍ତି।

Comments are closed.