ସଙ୍ଗରୋଧ କେନ୍ଦ୍ରର ଗେଟ୍ ଡେଇଁ ଦୋକାନ ଯାଉଛନ୍ତି ପ୍ରବାସୀ

ତେଲକୋଇ : ସଙ୍ଗରୋଧ କେନ୍ଦ୍ରର ଗେଟ୍ ଡେଇଁ ବାହାରେ ଥିବା ଦୋକାନକୁ ଯାଉଛନ୍ତି ପ୍ରବାସୀ। ଦୋକାନରୁ ଜିନିଷ କିଣି ପୁଣି ଗେଟ୍ ଡେଇଁ ସଙ୍ଗରୋଧ କେନ୍ଦ୍ର ଭିତରକୁ ପ୍ରବେଶ କରୁଛନ୍ତି। ଏପରି ଏକ ଘଟଣା ଘଟିଛି କେନ୍ଦୁଝର ଜିଲା  ତେଲକୋଇ ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ବ୍ରହ୍ମେଶ୍ବର ଉଚ୍ଚ ବଦ୍ୟାଳୟ ସଙ୍ଗରୋଧ କେନ୍ଦ୍ର ରେ । ଘଟଣା ଅନୁଯାୟୀ ସଙ୍ଗରୋଧ କେନ୍ଦ୍ରର ଗେଟ ଡେଇଁ ଦୁଇଜଣ ଦୋକାନ ଯାଇଥିବା ସମୟରେ କିଛି ଗ୍ରାମବାସୀ ତାଙ୍କୁ ଅଟକ ରଖି ପୋଲିସଙ୍କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରବାସୀ ଙ୍କୁ ସଙ୍ଗରୋଧ କେନ୍ଦ୍ର କୁ ପଠାଇବା ସହିତ ଆଉ ବାହାରକୁ ନଆସିବାକୁ ତାଗିଦ କରିଛନ୍ତି। ତେବେ ଉଭୟ ପ୍ରବାସୀ ଆନ୍ଧ୍ରରୁ ଆସିଥିବା ପ୍ରକାଶ କରିଥିଲେ।

Comments are closed.