କୋଭିଡ ଯୋଦ୍ଧାଙ୍କୁ କରୋନା ; ସିଲ ହେଲା କେନ୍ଦୁଝର ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ

କେନ୍ଦୁଝର: କେନ୍ଦୁଝର ଜିଲା ମୁଖ୍ୟ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ଗୁରୁବାର ସିଲ୍ କରାଯାଇଛି। ଜଣେ କରୋନା ଯୋଦ୍ଧା ପଜିଟିଭ୍‌ ଚିହ୍ନଟ ହେବା ପରେ ସଂପୃକ୍ତ ବିଭାଗକୁ ସିଲ୍ କରାଯାଇଛି। ଏଥିସହ ହସ୍ପିଟାଲ ପରିସର ମୁଖ୍ୟ କୋଠାକୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଜିଲାର  ଆଜି ଚିହ୍ନଟ ହୋଇଥିବା ୪୮ କରେନା ଆକ୍ରାନ୍ତଙ୍କ ମଧ୍ୟରୁ ବଡ଼ବିଲର ୩୪ ଜଣ ରହିଥିବା ବେଳେ ୧୪ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏନେଇ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି।

Comments are closed.