କେନ୍ଦୁଝର ପୁଲିସ ପଞ୍ଝାରେ ୬ ଆନ୍ତଃ ରାଜ୍ୟ ଲୁଟେରା, ବହୁ ମାରଣାସ୍ତ୍ର ଜବଦ

ପାଟଣା : କେନ୍ଦୁଝର ଜିଲ୍ଲାରେ ଦୀର୍ଘଦିନ ଧରି ଆତଙ୍କ ସୃଷ୍ଟି କରିଥିବା ଏକ ଲୁଟେରା ଗ୍ୟାଙ୍ଗକୁ ପୁଲିସ ଧରିବାରେ ସଫଳ ହୋଇଛି । ବିଭିନ୍ନ ସମୟରେ ରାସ୍ତାରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରି ମାରଣାସ୍ତ୍ର ଦେଖାଇ ଲୁଟି ନିଅନ୍ତୁ ଲକ୍ଷ ଲକ୍ଷ ଟଙ୍କା । ଏହାକୁ ପିଛାକରି ତୁରୁମୁଙ୍ଗା ପୁଲିସ ୬ ଅନ୍ତଃରାଜ୍ୟ ଲୁଟେରା କୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗିରଫ କରିଛି । ଗତ କିଛି ବର୍ଷ ଧରି କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ଟାର୍ଗେଟ କରି ଅପରାଧୀ ମାନେ ପିସ୍ତଲ ଭୁଜାଲି ତଥା ବିଭିନ୍ନ ମାରଣାସ୍ତ୍ର ଦେଖାଇ ଟଙ୍କା , ମୋବାଇଲ ସହ ବାଇକ୍ ଲୁଟି ନେଇଥାନ୍ତି ।

ଦୁବୃତ ମାନେ ଗତ ଅଗଷ୍ଟ ୨୩ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଭାରତ ଫାଇନାନ୍ସର କର୍ମଚାରିଣୀ ପୁଷ୍ପଲତା ନାୟକ ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ହିରାପଶି ଗ୍ରାମରୁ କମ୍ପାନୀର ଅର୍ଥ ଆଦାୟ କରି ସ୍କୁଟି ଯୋଗେ କେନ୍ଦୁଝର ଫେରୁଥିବା ସମୟରେ ଦୁଇ ଜଣ ଲୁଟେରା ଏକ ବାଇକ୍ ରେ ଆସି ୪୯ନମ୍ବର ଜାତୀୟ ରାଜପଥ ଡାବରଚୁଆ ନିକଟରେ ପିସ୍ତଲ ଦେଖାଇ ତାଙ୍କ ଠାରୁ ୯୨ହଜାର ଟଙ୍କା ଓ ଫାଇନାନ୍ସ କାଗଜପତ୍ର ସହ ମୋବାଇଲ ଥିବା ବ୍ୟାଗଟି ଛଡାଇ ନେଇ ଫେରାର୍ ହୋଇଯାଇଥିଲେ । ଏନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ସବୁ ଦିନ ଭଳି ତୁରୁମୁଙ୍ଗା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ୬ଜଣ ଅପରାଧୀ ପିସ୍ତଲ ଭୁଜାଲି ଆଦି ମାରଣାସ୍ତ୍ର ରେ ସଜିତ ହୋଇ ଡାକାୟତୀ କରିବାକୁ ବାଉଁଶୁଳି ରିଜର୍ଭ ଜଙ୍ଗଲରେ ଯୋଜନା କରୁଥିବା ସମୟରେ ଘଟଣା ସ୍ଥଳରେ ଚଢ଼ାଉ କରି ୬ଜଣ ଙ୍କୁ ଗିରଫ କରିଛନ୍ତି । ତଦନ୍ତ ରୁ ଜଣାପଡିଥିଲା ଏମାନେ ଓଡିଶା ଓ ଝାରଖଣ୍ଡର ବିଭିନ୍ନ ଜାଗାରେ ଚୋରି ଓ ଡକାୟତି କରିଥାନ୍ତି । ଏହି ଡକାୟତ ଙ୍କ ଭିତରେ ଝାରଖଣ୍ଡ, କେନ୍ଦୁଝରର ଢେଙ୍କିକୋଟ, ଘଟଗାଁ , ପାଟଣା ଅଞ୍ଚଳର ଯୁବକ ମାନଙ୍କର ସମ୍ପୃକ୍ତି ରହିଥିବା ବେଳେ ଏମାନଙ୍କ ନେତୃତ୍ୱ ନେଉଥିଲେ ଢେଙ୍କିକୋଟ ବଡମସିଣାବିଲାର ଗୋବିନ୍ଦ ଗିରି , ଏମାନଙ୍କ ବିରୋଧରେ କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା, ଚମ୍ପୁଆ, ପାଟଣା, ଘଟଗାଁ , କେନ୍ଦୁଝର ଟାଉନଥାନା ସହ ମୟୁରଭଞ୍ଜ ଜିଲ୍ଲାର ଘାଗରବେଡା ସହ ଝାରଖଣ୍ଡର ବହୁ ଥାନାରେ ଏମାନଙ୍କ ବିରୋଧରେ ବହୁ ମାମଲା ରହିଛି ।

ପୋଲିସ ଡକାୟତ ଙ୍କୁ ପଚରା ଉଚାର କରିବା ପରେ ଝାରଖଣ୍ଡ ଅଞ୍ଚଳର ମାଣିକର ନାଏକ ବନ୍ଧୁକ ଯୋଗାଉ ଥିବା ବେଳେ ସୁକାନ୍ତ ପୃଷ୍ଟି , ବିଷ୍ଣୁ ସେନାପତି, ଅମୂଲ୍ୟ ପାତ୍ର କେନ୍ଦୁଝର ରେ ରହି ଟଙ୍କା ନେଇ ଯାଉଥିବା ବ୍ୟକ୍ତିଙ୍କ ବିଷୟରେ ଖବର ଦେଇ ଡକାୟତି କରନ୍ତି । ଏହି ଡକାୟତ ମାନେ ପାଟଣା ଅଞ୍ଚଳରୁ ୧ଲକ୍ଷ ୯୩ ହଜାର ଟଙ୍କା, ତୁରୁମୁଙ୍ଗା ଥାନା ଡାବରଚୁଆ ଅଞ୍ଚଳରୁ ୯୨ହଜାର ଟଙ୍କା, ଟାଉନ ଥାନା ଡିମ୍ବୋ ଗ୍ରାମ ନିକଟରୁ ଏକ ସିମେଣ୍ଟ ବ୍ୟବସାୟୀ ଙ୍କ ଠାରୁ ବନ୍ଧୁକ ମୁନରେ ୧୫ହଜାର ଟଙ୍କା, ଝାରଖଣ୍ଡ ମଝିଗାଁ ଅଞ୍ଚଳରୁ ୫୦ ହଜାର ଟଙ୍କା ଲୁଟ କରିଥିବା ପୁଲିସ ଆଗରେ ସ୍ବୀକାର କରିଛନ୍ତି ।

ସମସ୍ତ ୬ଜଣ ଡକାୟତ ମାନେ ହେଲେ ଘଟଗାଁ ଥାନା ବଡ ମସିଣାବିଲା ଗ୍ରାମର ଗୋବିନ୍ଦ ଗିରି , ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିର ରାହୁଲ ନାୟକ , ଝାରଖଣ୍ଡ ମଝିଗାଁ ଅଞ୍ଚଳର ମଣିକାର ନାୟକ , ଯାଜପୁର ଜିଲ୍ଲା ଟମକା ଥାନା ତରାଇଲୋ ଗ୍ରାମର ଶ୍ରୀକାନ୍ତ ଓରଫ ସୁକାନ୍ତ ପୃଷ୍ଟି , ଘଷିପୁରା ଥାନା ବାଲିପାଳ ଗ୍ରାମର ବିଷ୍ଣୁ ସେନାପତି ଓ କେଶଦୁରାପାଳର ଅମୁଲ୍ୟ ପାତ୍ର । ସେମାନଙ୍କ ଠାରୁ ୧୬ଟି ବାଇକ୍ , ୩ଟି ପିସ୍ତଲ , ୯ଟି ଜୀବନ୍ତ ଗୁଳି, ଭୁଜାଲି, ଫାର୍ଶା, ସହ ବିଭିନ୍ନ ମାରଣାସ୍ତ୍ର ପୁଲିସ ଜବତ କରିଛି । ଏନେଇ ତୁରୁମୁଙ୍ଗା ଥାନାରେ କସ୍ ନଂ ୯୯ / ୨୪-୯-୨୦୧୯ ରେ ଏକ ମାମଲା ରୁଜୁ ହୋଇ ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି ।

Comments are closed.