ଭାଣିଜୀର ନାଚ ଦେଖା ହେଲା କାଳ, ଶୀତରେ ଗଲା ମାମୁଁର ପ୍ରାଣ

ପାଟଣା :ଭାଣିଜୀର ନାଚ ଦେଖିବାକୁ ଯାଇ ଶୀତରେ ଗଲା ମାମୁଁର ପ୍ରାଣ। ଏପରି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ। ପାଟଣା ସାହାରପଡା ଶିଶୁ ମନ୍ଦିରରେ ପଢ଼ୁଥିବା ନିଜର ଭାଣିଜୀ ବିଦ୍ୟାଳୟର ବାର୍ଷିକ ଉତ୍ସବରେ କେମିତି ନୃତ୍ୟ ପରିବେଷଣ କରିବ ତାହା ଦେଖିବାକୁ ଯାଇଥିଲେ ମାମୁଁ ନିରଞ୍ଜନ। ଶିଶୁ ମନ୍ଦିର ବାର୍ଷିକ ଉତ୍ସବ ସାଂସ୍କୃତିକ କାର୍ୟ୍ୟକ୍ରମ ପରେ ଛାତ୍ରଛାତ୍ରୀ ଓ ଦେଖଣାହାରୀ ନିଜ ନିଜ ଜାଗାକୁ ଚାଲିଯାଇଥିବା ବେଳେ ନିରଞ୍ଜନ ପ୍ରବଳ ଥଣ୍ଡା ଓ ରାତି ହୋଇଯାଇଥିବା କାରଣରୁ ଅନ୍ୟ ମାନଙ୍କ ଅଜାଣତରେ ଶିଶୁ ମନ୍ଦିରର ଖୋଲା ପ୍ରାର୍ଥନା ଗୃହରେ ଶୋଇ ଯାଇଥିଲେ । ଆଜି ସକାଳୁ ନିରଞ୍ଜନ ନଉଠିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ରିସିଭ୍ ଡେଥ୍ ଘୋଷଣା କରିଥିଲେ । ଏନେଇ ପାଟଣା ପୋଲିସକୁ ସୂଚନା ଦିଆଯିବା ପରେ ସାହାରପଡା ଫାଣ୍ଡି ଅଧିକାରୀ ମନୋହର ମହାନ୍ତ କରଞ୍ଜିଆ ଡାକ୍ତରଖାନାରେ ପହଞ୍ଚି ମୃତକର ଶବ ବ୍ୟବଚ୍ଛେଦ କରାଇବା ସହ ଶବ ପରିବାରକୁ ହସ୍ତାନ୍ତର କରିଛନ୍ତି । ନିରଞ୍ଜନଙ୍କ ମୃତ୍ୟୁ ରେ ତାଙ୍କ ପତ୍ନୀ ଓ ଦୁଇ ଶିଶୁ ଅସହାୟ ହୋଇପଡିଛନ୍ତି । ପ୍ରବଳ ଶୀତରୁ ନିରଞ୍ଜନଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି ।

Comments are closed.