କାମ କରୁଥିବା ସମୟରେ କଙ୍କ୍ରିଟ ମିକ୍ସର ମେସିନରେ କଟିଲା ହାତ

ପାଟଣା : ଘଟଗାଁ ଥାନା ବଡ଼ ମସିଣାବିଲା ପଞ୍ଚାୟତ ଅର୍ନ୍ତଗତ ପାଣପଶି ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଗ୍ରାମରେ କଙ୍କ୍ରିଟ ମିକ୍ସର ମେସିନ ଯୋଗେ ଏକ ଘରର ଛାତ କାର୍ଯ୍ୟ ଚାଲୁଥିବା ସମୟରେ ଅସଧାନତା ଯୋଗୁଁ ସେହି ଗ୍ରାମର ସନ୍ତୋଷ ମୁଣ୍ଡାଙ୍କ ବାମ ହାତଟି କଙ୍କ୍ରିଟ ମିକ୍ସର ମେସିନ ଭିତରେ ପଶି ଯାଇଥିଲା । ଯାହାଫଳରେ ତାଙ୍କର ହାତଟି ସମ୍ପୁର୍ଣ୍ଣ କଟି ଯାଇଛି । ତେବେ ସଙ୍ଗେ ସଙ୍ଗେ ଗ୍ରାମବାସି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ , ଖବର ପାଇ ଘଟଣା ସ୍ଥଳରେ ଘଟଗାଁ ଅଗ୍ନିଶମ ବିଭାଗ ପହଁଞ୍ଚି ଗୁରୁତର ସନ୍ତୋଷଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଟଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରିବା ସହ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Comments are closed.