ସ୍କୁଟିରେ ଚୋରା ମଦ ବେପାର – ଯୁବକ ଗିରଫ

ପାଟଣା – କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଯମୁନାପଶି ପଞ୍ଚାୟତ ଗୋଡିପୋଖରୀ ଗ୍ରାମ ନିକଟ ମୁଖ୍ୟ ରାସ୍ତା ଉପରୁ ଶୁକ୍ରବାର ଅପରାହ୍ନରେ ପାଟଣା ଅବକାରୀ ବିଭାଗ ୪୦ ଲିଟର ଚୋରା ମହୁଲି ମଦ ସହ ଗୋଟିଏ ସ୍କୁଟିକୁ ଜବତ କରିଛି । ଏହା ସହ ସଂପୃକ୍ତ ଯୁବକକୁ ଗିରଫ କରିଛି ଅବକାରୀ ବିଭାଗ ।

ଗିରଫ ଯୁବକ ଜଣକ ପୋଇପାଣି ଗ୍ରାମର ଦେବାନନ୍ଦ ସୋରେନ ବୋଲି ଜଣାପଡିଛି । ସେ ସ୍କୁଟି ଯୋଗେ ମଦ ନେଇ ଯାଇଥିବା ସମୟରେ ଗୋଡିପୋଖରୀ ନିକଟରେ ଅବକାରୀ ବିଭାଗ ପକ୍ଷରୁ ତାକୁ ଗିରଫ କରାଯାଇଥିଲା । ସଂପୃକ୍ତ ଯୁବକକୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ପାଟଣା ଅବକାରୀ ଥାନାଧିକାରୀ ଜନାର୍ଦ୍ଦନ ପଲେଇ ସୂଚନା ଦେଇଛନ୍ତି ।

Comments are closed.