ଟ୍ରକ -ଆମ୍ବୁଲାନ୍ସ ଧକ୍କା ; ଚାଳକ ମୃତ

କେନ୍ଦୁଝର : କେନ୍ଦୁଝର ତେଲକୋଇ ନିକଟ ଅଞ୍ଚଳରେ ଟ୍ରକ ସହ ଏକ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଧକ୍କା ହୋଇଥିବା ଗୁରୁବାର ଜଣାପଡିଛି। ଦୁର୍ଘଟଣାରେ ଆମ୍ବୁଲାନ୍ସ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ରୋଗୀକୁ ଆଣିବାକୁ ତେଲକୋଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ଉକ୍ତ ଆମ୍ବୁଲାନ୍ସଟି ଧକ୍କା ଦେଇଥିଲା ବୋଲି ସୂଚନା ମିଳିଛି।