ଭୁଜାଲିରେ ହାଣି ୮ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

କେନ୍ଦୁଝର : କେନ୍ଦୁଝର ଜିଲା  ୪୯ ନମ୍ବର ଜାତୀୟ ରାଜପଥ  ସଦର ଥାନା ଅନ୍ତର୍ଗତ ଠାକୁରଡ଼ିହି ଛକରେ ଶନିବାର ସଶସ୍ତ୍ର ଡ଼କାୟତି ହୋଇଛି। ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ ଭୁଜାଲିରେ ଆକ୍ରମଣ କରିବା ସହ ୮ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଆହତ ବ୍ୟକ୍ତିଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଛି। ଯେଉଁ ବ୍ୟକ୍ତିଙ୍କ ଠାରୁ ଲୁଟ ହୋଇଛି ସେ ଏକ ଖଣିଜ ପରିବହନକାରୀ ସଂସ୍ଥାର କର୍ମଚାରୀ ବୋଲି ଜଣାପଡ଼ିଛି।
ସୂଚନା ଯୋଗ୍ୟ, ଉକ୍ତ କର୍ମଚାରୀ ଓ ଅନ୍ୟ ଜଣେ ବାଇକରେ ଯିବା ବେଳେ ଦୁର୍ବୃତ ତାଙ୍କ ଉପରେ ଆକ୍ରମଣ କରିଥିଲେ।ଭୁଜାଲିରେ ଆକ୍ରମଣ କରିବା ପରେ ଗୁଳି ଫୁଟାଇ ବାଇକରେ ଲୁଟେରା ଫେରାର ହୋଇଯାଇଥିଲେ।

Comments are closed.