ଲୁଟ ପରେ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ ; ମାଆ-ପୁଅ ଜୀବନ୍ତ ଦଗ୍ଧ

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ନନ୍ଦିପଦା ଥାନା ଅନ୍ତର୍ଗତ କଳିଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଗୁରୁବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଲୁଟ ପରେ ଦୁର୍ବୃତ୍ତମାନେ ଏକ ଘରେ ଲଗାଇଲେ ନିଆଁ ଲଗାଇଦେବାରୁ ଉକ୍ତ ଘରେ ରହୁଥିବା ମାଆ-ପୁଅ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଦୁର୍ବୃତ୍ତମାନେ ଘରେ ପଶି ଚୋରି କରିବା ପରେ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି। ଫଳରେ ଘରେ ଶୋଇଥିବା ଅବସ୍ଥାରେ ମାଆ-ପୁଅ ଜଳି ଯାଇଛନ୍ତି ବୋଲି ପ୍ରାର୍ଥମିକ ସୂଚନା ମିଳିଛି। ଏକ ପୁରୁଣା ଅଙ୍ଗନବାଡ଼ି ଘରେ ଅସ୍ଥାୟୀ ଭାବେ ମାଆ-ପୁଅ ରହୁଥିଲେ। ଦୁର୍ବୃତ୍ତଙ୍କ କୌଣସି ଖବର ମିଳିପାରି ନଥିବା ବେଳେ ଖବର ପାଇ ନନ୍ଦିପଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଉତ୍ତ୍ୟକ୍ତ ସ୍ଥାନୀୟଲୋକେ ଓରାଳ-ଶାଳଣିଆ ରାସ୍ତା ଅବରୋଧ କରିଛନ୍ତି ବୋଲି ଜଣାପଡ଼ିଛି।

Comments are closed.