ବିଚାରାଧିନ କଏଦୀର ଆତ୍ମହତ୍ୟା

କେନ୍ଦୁଝର : କେନ୍ଦୁଝର ଜିଲା କାରାଗାରରେ ଏକ ବିଚାରାଧିନ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା କଏଦୀ ହେଲେ ତେଲକୋଇ ଥାନା ରାମଚନ୍ଦ୍ରପୁରର ପ୍ରଦୀପ ବେହେରା। ସେ ନାବାଳିକା ବଳତ୍କାର ମାମଲାରେ ୨୮.୦୭.୨୦୧୯ ରେ ଗିରଫ ହୋଇ ଜେଲରେ ଥିଲା। କୌଣସି କାରଣରୁ ବେକରେ ଗାମୁଛା ଲଗାଇ ରୁମରେ ଥିବା ପଙ୍ଖାରେ ଝୁଲି ଯାଇଥିଲା। ଖବର ପାଇ ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି।

Comments are closed.