ଦିବ୍ୟାଙ୍ଗ ବଇରଙ୍କ ପାଇଁ ବାଟ ବଣା ସରକାରୀ ଯୋଜନା, ମିଳୁନି ଭତ୍ତା କି ରାସନ କାର୍ଡ

କେଶଦୁରାପାଳ : ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସରକାରୀ ଯୋଜନା ବାଟ ବଣା ହୋଇଥିବାର ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନାରେ ଗରିବ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ନେଇ ଡେଙ୍ଗୁରା ପିଟୁଥିବାବେଳେ ଅନେକ ଏହି ସବୁ ଯୋଜନା ରୁ ବାଦପଡି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। କେନ୍ଦୁଝର ଜିଲା ଘଷିପୁରା ବ୍ଳକ ରାଧୂକାଦେଇପୁର ପଞ୍ଚାୟତର କଅଁସ ଗ୍ରାମର ବଇର ଯେନା (୫୩) ସେ ପିଲା ବେଳୁ ସୁସ୍ଥ ଥିବା ବେଳେ ଏକବର୍ଷ ପୂର୍ବେ ଦୁର୍ଘଟଣାରେ ନିଜର ଡାହାଣ ଗୋଡ଼କୁ ହରାଇ ଥିଲେ । ପଂଳରେ ସେ କୌଣସି କାମ ଦାମ କରିପାରୁ ନାହାନ୍ତି ,ଏମିତିକି ତାଙ୍କର ନିତ୍ୟ କର୍ମ ସେ ନିଜେ ବହୁ କଷ୍ଟରେ କରିବା ସମ୍ଭବ । ଆଶାବାଡ଼ି ଧରି ଚଲବୁଲା କରୁଛନ୍ତି । ସରକାର ଦିବ୍ୟାଙ୍ଗ ଲୋକ ମାନଙ୍କୁ ଭତ୍ତା , ରାସନ . ଓ ସ୍ଵାବଲମ୍ବି ହେବା ପାଇଁ ବିଭିନ୍ନ ତାଲିମ ସହିତ ରୁଣ ଯୋଗାଇ ଦେଉଥିବା ବେଳେ ବିଚରା ବଇର ପାଇଁ ସତେ ଯେମିତି ସବୁ ସପନ ପାଲଟିଛି ।

ରାସନ୍ କାଡ଼ରୁ ବଞ୍ଚିତ ରହି ଅନ୍ୟର ହାତକୁ ଅନେଇ ବସିଛନ୍ତି ,ପେଟକୁ ଦୁମୁଠା ଖାଇବା ପାଇଁ ତାଙ୍କ ପାଖରେ କୌଣସି ରୋଜଗାର ନାହିଁ , ଭତ୍ତାଟିଏ ପାଇଁ ପଞ୍ଚାୟତ ଠୁ ବ୍ଲକ ପର୍ଯ୍ୟନ୍ତ ଆବେଦନ କରି ନିରାଶ ହୋଇ ଆଶା ଛାତି ଦେଇ ହନ୍ତସନ୍ତ ହେଉଛନ୍ତି । ସରକାରଙ୍କର ଭିନ୍ନକ୍ଷମ ଯୋଜନାରେ ନା ତାଙ୍କୁ ମିଳୁଛି ଭତ୍ତା , ନା ଅଛି ରାସନ କାର୍ଡ। ଯେପରି ଲାଗୁଛି ତାଙ୍କ ପାଖରେ କୌଣସି ସୁବିଧା ସୁଯୋଗ ପହଞ୍ଚି ପାରିନାହିଁ , ଏ ସଂପର୍କରେ ଆଜି ବଇର ଆନନ୍ଦପୁର ଉପ ଜିଲାପାଳଙ୍କୁ ଭେଟିଥିଲେ ଆନନ୍ଦପୁର ଉପ ଜିଲାପାଳ ବଇର କିପରି ସମସ୍ତ ସରକାରଙ୍କର ସହାୟତା ପାଇପାରିବେ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୁଷ୍ଟି ଆକର୍ଷଣ କରିବା ସହ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ଉପ ଜିଲାପାଳ କେବେ ତାଙ୍କ ପ୍ରତିଶୃତି ପୂରଣ କରୁଛନ୍ତି ।

Comments
Loading...