ଆଇନଜୀବୀଙ୍କୁ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ କେଶପୁର ବଜାରରେ ଜଣେ ଆଇନଜୀବୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଆଇନ୍‌ଜୀବୀ ଜଣଙ୍କ କେଶପୁରର ସୁବାସ ଚନ୍ଦ୍ର ରାଉତ।

ରାଉତଙ୍କ ଅଭିଯୋଗ ଅନୁସାରେ, ସେ କୋର୍ଟକୁ ଯିବା ସମୟରେ କେଶପୁର ବଜାରରେ ଏକ ମୋବାଇଲ ଦୋକାନରେ ତାଙ୍କ ପୁଅକୁ ମୋବାଇଲ ଦୋକାନୀ ଠେଲା ପେଲା କରୁଥିଲା। ଏଥିରେ ସେ ହସ୍ତକ୍ଷେପ କରିବାରୁ ମୋବାଇଲ ଦୋକାନୀ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଶ୍ରୀ ରାଉତ କେନ୍ଦ୍ରାପଡ଼ା ଓକିଲ ସଂଘର ଜଣେ ସଦସ୍ୟ ଓ ତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଏତଲା ପାଇବା ପରେ ପୁଲିସ ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତ ଚନ୍ଦ୍ରକାନ୍ତ ସୁତାର ଓ କାଳିଆ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Comments are closed.