ଯୁବକଙ୍କ ଉନ୍ମତ୍ତକାଣ୍ଡ: ପେଟ୍ରୋଲ ଢାଳି ଜାଳିଦେଲେ ହାଇୱା, ଡ୍ରାଇଭରଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ

ଆଳି: ଶନିବାର ସାପ୍ତାହିକ ସଟଡାଉନ ଯୋଗଁ କେନ୍ଦ୍ରାପଡା ଜିଲା ଆଳିରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଜଣେ ଯୁବକ ଉନ୍ମକ୍ତ କାଣ୍ଡ ଘଟାଇଛନ୍ତି । ଯୁବକ ଜଣଙ୍କ ଆଳି ବଜାର ଉପରେ ଥିବା ଏକ ହାଇୱାରେ ପେଟ୍ରୋଲ ଢାଳି ନିଆଁ ଜାଳିଦେଇଥିବା ଜଣାପଡିଛି । ଯୁବକ ଜଣଙ୍କ ଉକ୍ତ ଗାଡିର ଡ୍ରାଇଭରଙ୍କୁ ମଧ୍ୟ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । ତେବେ ଡ୍ରାଇଭର ଜଣଙ୍କ ଜୀବନ ବିକଳରେ ଦୌଡି ପଳାଇବା ସହ ନିଜ ଜୀବନକୁ ବଞ୍ଚାଇ ଦେଇଛନ୍ତି ।

ସୂଚନଅନୁସାରେ ସକାଳ ୬ଟା ସମୟରେ ଆଜି ବଜାର ଉପରେ ଗୋଟିଏ ହାଇଓ୍ବା (ନମ୍ବରଓଡି୦୪କେ୪୨୨୯)କୁ ପେଟ୍ରୋଲ ଢାଳି ସମ୍ପୂର୍ଣ୍ଣ ଜାଳି ଦେଇଥିବା ବେଳେ ଡ୍ରାଇଭର ଉପରେ ମଧ୍ୟ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ ଜଣେ ଉନ୍ମକ୍ତ ଯୁବକ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ହାଇୱାରେ ନିଆଁଲିଭାଇଥିଲେ ମଧ୍ୟ ସେତେବେଳକୁ ଗାଡିଟି ସମ୍ପୂର୍ଣ୍ଣ ଜଳି ସାରିଥିଲା ।

ସେହିପରି ସଂପୃକ୍ତ ଯୁବକ ବାଳକାଟି ନିକଟରେ ପାର୍କିଂ କରିଥିବା ଆଉ ଏକ ଟ୍ରକ (ନମ୍ବର ଓଡି୨୯ଇ୭୦୮୮)ରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା।  ଏହା ସହିତ ଯୁବକ ଜଣଙ୍କ ଅନ୍ୟ ଏକ ମାଛ ଗାଡ଼ିର ଡ୍ରାଇଭର ଉପରେ ଆକ୍ରମଣ କରିଥିବା ମଧ୍ୟ ପୁଲିସ ସୂତ୍ରରୁ ଜଣାପଡ଼ିଛି। ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି। ନିଆଁ ଲଗାଇବାର କାରଣ ଜଣାପଡ଼ି ନ ଥିବା ବେଳେ ଆଳି ପୁଲିସ ଘଟଣାରେ ସଂପୃକ୍ତ ଲୋକାପଡ଼ା ଗ୍ରାମର ଶ୍ରୀଧର ପରିଡ଼ାଙ୍କୁ ଥାନାରେ ଅଟକ ରଖିଥିବା ଆଳି ଥାନାର ତଦନ୍ତକାରୀ ଅଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Comments are closed.