ଦୁର୍ଘଟଣାରେ ବାଇକ ଆରୋହୀ ମୃତ ; ବସ ଜାଳିଲେ ଉତ୍ତ୍ୟକ୍ତଲୋକେ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ୫ ନମ୍ବର ଜାତୀୟ ରାଜପଥ (କ) ହଳଦିଆପଡ଼ା ରାଧାଭାଟି ନିକଟରେ ବୁଧବାର ସକାଳେ ବସ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହଳଦିଆପଡ଼ା ଗ୍ରାମର ଜଣେ ୨୪ ରୁ ୨୮ ବର୍ଷିୟ ଯୁବକ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହେବାରୁ ଘଟଣାସ୍ଥଳରେ ଉତ୍ତ୍ୟଜନା ସୃଷ୍ଟି ହେବା ସହ ସ୍ଥାନୀୟଲୋକେ ବସକୁ ସମ୍ପୂର୍ଣ୍ଣ ଜାଳିଦେଇଛନ୍ତି। ଏହାସହ ମୃତକଙ୍କ ପରିବାରକୁ ଆବଶ୍ୟକୀୟ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି। ସ୍ଥାନୀୟ ଲୋକଙ୍କ ମତାନୁଯାୟୀ, କଲିକତାରୁ ଏକ ଘରୋଇ ବସ ରଙ୍ଗ ରୁଟରେ ଯିବା ବେଳେ ଉକ୍ତ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ବସରେ ପ୍ରାୟ ୩୦ ରୁ ୪୦ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି।

Comments are closed.