ଗୋବରୀ ନଦୀରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର

ମହାକାଳପଡା: କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ୍ ଅନ୍ତର୍ଗତ ରତନ ପଡା ଗାଁର ଗୋବରୀ ନଦୀରୁ ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର ହୋଇଛି । ଆଜି ସକାଳୁ ସକାଳୁ ସେହି ଗାଁର ଚନ୍ଦ୍ରମଣୀ ସେଠୀ ନାମକ ଜଣେ ମାଛ ଧରାଳୀ ଗୋବରୀ ନଦୀରୁ ଡଙ୍ଗା ସାହାଯ୍ୟରେ  ମାଛ ଧରିବାକୁ ଯାଇଥିବା ବେଳେ ତାଙ୍କ ଜାଲରେ ଏକ ହଳଦିଆ ରଙ୍ଗର କଇଁଛ ପଡିଥିଲା । କଇଁଛ ଟିକୁ ଧରି ଚନ୍ଦ୍ରମଣୀ ତାଙ୍କ ଘରେ ରଖିଥିବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ଶତାଧିକ ଲୋକ ଉକ୍ତ ବିରଳ କଇଁଛଟିକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମାଇଥିଲେ । କଇଁଛଟିର ରଙ୍ଗ ସମ୍ପୂର୍ଣ୍ଣ ଭାବେ ସୁନେଲି ରଂଗର ହୋଇଥିବା ବେଳେ କଇଁଛଟିର ଓଜନ ପାଖାପାଖି ୫ କିଲୋ ଥିବା ଜଣାପଡିଛି । ଚନ୍ଦ୍ରମଣୀ ଉକ୍ତ କଇଁଛଟିକୁ ଜିଲ୍ଲା ପ୍ରଶାସନ ହେଉ କିମ୍ବା ଫରେଷ୍ଟ ଡିପାର୍ଟମେଣ୍ଟକୁ ଦେବା ପାଇଁ ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

Comments are closed.