ତେଣ୍ଡାକୁଡ଼ା ଗାଁରେ ବୀଭତ୍ସ ହତ୍ୟା; ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ !

କେନ୍ଦ୍ରାପଡ଼ା: ପାଟକୁରା ଥାନା ତେଣ୍ଡାକୁଡ଼ା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ।  ସେକ୍‌ ମାହାଲାସାହିରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ କୌଣସି ଏକ କାରଣକୁ ନେଇ ଏପରି ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ସ୍ୱାମୀ ଜଣକ ସ୍ତ୍ରୀକୁ ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମଳିଛି । ପୁଲିସ ଏନେଇ ଅଭିଯୁକ୍ତ ସ୍ୱାମୀକୁ ପଚାରାଉଚରା କରିବା ସହ ସ୍ୱାମୀକୁ ଅଟକ ରହିଛି । ହତ୍ୟାକାଣ୍ଡକୁ ନେଇ ପୁଲିସର ସୂଚନା ଅନୁଯାୟୀ ଅଭିଯୁକ୍ତ ସ୍ୱାମୀ ଜଣକ ମାନସିକ ବିକୃତ ଥିବା ପୁଲିସ କହିଛି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed.