ପୋଖରୀରେ ବୁଡି ଭାଇଭଉଣୀଙ୍କ ସଲିଳ ସମାଧି

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅନ୍ତର୍ଗତ ଡଙ୍କାରି ଗାଁରେ ଆଜି ଏକ ଅଘଟଣ ଘଟିଛି। ଖେଳୁଥିବା ସମୟରେ ପୋଖରୀରେ ବୁଡି ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି। ଉଭୟ ମୃତକ ସମ୍ପର୍କୀୟ ଭାଇ ଭଉଣୀ ହୋଇଥିବା ବେଳେ ସେମାନଙ୍କ ବୟସ ୫ ବର୍ଷ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବହୁ ଖୋଜାଖୋଜି କରିବା ପରେ ବାଡିପଟ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ପରେ ଉକ୍ତ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Comments are closed.