ମାଆ ସାଜିଲା ହତ୍ୟାକାରୀ !

୨ ମାସର ପୁଅକୁ ମାରି କୂଅରେ ଫିଙ୍ଗିଥିବା ଅଭିଯୋଗ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିବା ନେଇ ଆଜି ଖବର ମିଳିଛି। ଜଣେ ମାଆ ନିଜର ୨ ମାସର ପୁଅକୁ ହତ୍ୟା କରି କୂଅରେ ପିଙ୍ଗିଥିବା ଦେଇଥିବା ନେଇ ଅଭିଯୋଗ ହୋଇଛି। ହତ୍ୟା ପରେ ଅଖାରେ ପୁରାଇ ପଥର ବାନ୍ଧି କୂଅକୁ ଫିଙ୍ଗି ଦେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମୃତଦେହ ଉଦ୍ଧାର କରିଛି। ପୁଅକୁ ମାଆ ହତ୍ୟା କରିବା ସ୍ୱୀକାରୋକ୍ତି ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି। ଘରୋଇ କଳିରୁ ଏଭଳି ଘଟଣା ଘଟିଥିବା ନେଇ ସନ୍ଦେହ କରାଯାଇଛି।

Comments are closed.