ଗଡ଼ିଲା କେନ୍ଦ୍ରାପଡ଼ା-ହରିଦାସପୁର ରେଳପଥରେ ମାଲବାହୀ ଟ୍ରେନ ; ଜନସାଧାରଣଙ୍କ ବିରୋଧ

କେନ୍ଦ୍ରାପଡା : ହରିଦାସପୁର ପାରାଦ୍ବୀପ ରେଳପଥରେ ପ୍ରଥମ ମାଲବାହୀ ଟ୍ରେନ ଶୁକ୍ରବାର ଗଡ଼ିଛି। ହେଲେ ଏହି ଚଳାଚଳକୁ ବିରୋଧ କରାଯାଇଛି। ନୂଆଗାଁ ପ୍ଲାଟଫର୍ମରେ ଟ୍ରେନ ଅଟକାଇ ଜନସାଧାରଣ କହିଛନ୍ତି ଯେ ପ୍ରଥମେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରାଯାଉ। ଯାତ୍ରୀବାହୀ ଟ୍ରେନ ନଚାଲିଲେ ମାଲବାହୀ ଟ୍ରେନ୍ ଚାଲି ପାରିବନି । ଖଣି ଖାଦାନ ପୂର୍ଣ ଯାଜପୁର ଓ ବନ୍ଦର ଜିଲା ଜଗତସିଂହପୁର ମଧ୍ୟରେ ଦାଦନ ଜିଲା କେନ୍ଦ୍ରାପଡାକୁ କାହିଁକି ଅଣଦେଖା କରୁଛନ୍ତି ସରକାର ବୋଲି ଆନ୍ଦୋଳନ କାରୀମାନେ ଅଭିଯୋଗ କରିଛନ୍ତି।

Comments are closed.