ଗାଇ ଚରାଉଥିବା ବେଳେ ଟାଣିନେଲା କୁମ୍ଭୀର, ଅଳ୍ପକେ ବଞ୍ଚିଗଲା ଜୀବନ

କେନ୍ଦ୍ରାପଡା: ନଦୀ କୂଳରେ ଗାଈ ଚରାଉଥିବା ବେଳେ ଜଣେ ଯୁବକଙ୍କୁ କୁମ୍ଭୀର ଟାଣିନେଇଥିଲା।ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଗାଁରେ । ଇନ୍ଦୁପୁର ଗାଁର ସର୍ବେଶ୍ୱର ଜେନା ରବିବାର ବିରୂପା ନଦୀ କୂଳରେ ଗାଈ ଚରାଉଥିଲେ। ଏହି ସମୟରେ ନଦୀ ପଠାରେ ଶୋଇଥିବା କୁମ୍ଭୀରଟି ତାଙ୍କ ବାମ ଗୋଡ଼କୁ ଝାମ୍ପି ନେଇଥିଲା। କୁମ୍ଭୀର ଟାଣି ନେବା ସମୟରେ ସର୍ବେଶ୍ବର ଚିତ୍କାର କରିଥିଲେ ।ତାଙ୍କ ଚିତ୍କାରଶୁଣି ସ୍ଥାନୀୟ ଲୋକେ ଚାଲିଆସିବାରୁ କୁମ୍ଭୀରଟି ପାଣିକୁ ଚାଲି ଯାଇଥିଲା।ଗାଁ ଲୋକେ ସର୍ବେଶ୍ୱରଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଇନ୍ଦୁପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ସର୍ବେଶ୍ୱରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି।

Comments are closed.