କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଭୁବନେଶ୍ବର: କେବଳ ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ରାଜ୍ୟ ସରକାର ନିର୍ଦେଶ ଜାରି କରିଛନ୍ତି। ତେବେ ପୁରୀ ଭଳି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ମଧ୍ୟ ରଥଯାତ୍ରା ପାଇଁ ସେବାୟତମାନେ ନିବେଦନ କରିଛନ୍ତି। ଆଜି ଏଥିନେଇ କଟକ ହାଇକୋର୍ଟରେ କେନ୍ଦ୍ରପଡ଼ା ବଳଦେବଜୀଉଙ୍କ ରଥଯାତ୍ରା ମାମଲା ଦାୟର କରାଯାଇଛି। ବଳଦେବଜୀଉଙ୍କ ୫ଜଣ ସେବାୟତଙ୍କ ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। କୋଭିଡ କଟକଣା ମଧ୍ୟରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ସେମାନେ ପ୍ରାର୍ଥନା କରିଛନ୍ତି। କେବଳ ସେବାୟତଙ୍କୁ ନେଇ କେନ୍ଦ୍ରପଡ଼ା ରଥଯାତ୍ରା ସମ୍ପନ୍ନ ପାଇଁ ଅନୁମତି ଦେବାକୁ ନିବେଦନ କରିଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଧର୍ମାନୁଷ୍ଠାନ ବନ୍ଦ ରଖାଯାଇଥିବାବେଳେ କେବଳ ନୀତିକାନ୍ତି ଲାଗି ଅନୁମତି ଦିଆଯାଇଛି।

Comments are closed.