ଜଗତର ହିତସାଧନ ପାଇଁ ଭାଗବତ ପାରାୟଣ ସଭା

ରାଜକନିକା : ଜଗତର ମଙ୍ଗଳ ସାଧନ ସହ ବର୍ତ୍ତମାନ ଯୁଗରେ ହଜିଯାଉଥିବା ଭାଗବତ ସଭାକୁ ଉଜ୍ଜିବିତ ରଖିବା ପାଇଁ ଏହି ଭାଗବତ ପାରାୟଣ ସଭା ଅନୁଷ୍ଠିତ ହୁଏ। ରାଜକନିକା ବ୍ଳକ ଅନ୍ତର୍ଗତ କୋଇଲିପୁର ପଞ୍ଚାୟତର ଘରଭଞ୍ଜIକୋଲ୍ହା(ପୋଖରିସାହି) ଗ୍ରାମରେ ପ୍ରାୟ ୩୦୦ ବର୍ଷ ହେବ ଏହି ଭାଗବତ ପାରାୟଣ ସଭା ଅନୁଷ୍ଠିତ ହୋଇଆସୁଛି। ଚଳିତ ବର୍ଷ ଫେବ୍ରୁୟାରୀ ୨୫ ରୁ ଆରମ୍ଭ ହୋଇ ସାତଦିନ ବ୍ୟାପି ଏହି ଭାଗବତ ପାରାୟଣ ସଭା ଅନୁଷ୍ଠିତ ହୋଇଛି। ଏହି ସାତଦିନ ଗ୍ରାମର ଆବାଳ ବୃଦ୍ଧ ବନିତା ଗ୍ରାମରେ ଥିବା ମନ୍ଦିରରେ ଉପସ୍ଥିତ ରହି ଭାଗବାନଙ୍କର ସାନିଧ୍ୟ ଲାଭ କରିବା ସହ ଭାଗବତ ପାଠ ଶୁଣିଥାନ୍ତି। ଗ୍ରାମରେ ଏହି ସାତଦିନ ଏକ ଉତ୍ସବର ମାହୋଲ ସ୍ରୁଷ୍ଟି ହେବାସହ ସମସ୍ତେ ଗ୍ରାମଦେବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ରହି ପ୍ରସାଦ ସେବନ ମଧ୍ୟ କରନ୍ତି। ଭାଗବତ ପାରାୟଣ ସଭାରେ ପ୍ରତିଦିନ ବସୁଦେବଙ୍କ ପୂଜା ସହ ଭାଗବତ ପାଠ କରାଯାଏ। ପ୍ରତିଦିନ ସନ୍ଧ୍ୟାରେ ବସୁଦେବଙ୍କ ସନ୍ଧ୍ୟାଧୂପ ପରେ ଭଜନ ସମାରୋହ ଓ ପ୍ରବଚନ ଅନୁଷ୍ଠିତ ହୁଏ। ଏହି ଭଜନ ସମାରୋହ ଏବଂ ପ୍ରବଚନ ସମୟରେ ଗ୍ରାମ ମନ୍ଦିର ପ୍ରାଙ୍ଗଣରେ ପ୍ରାୟ ଶତାଧିକ ଲୋକଙ୍କ ଭିଡ ଲାଗିରୁହେ ।

Comments are closed.