ନଦୀରେ ଗାଧୋଉଥିଲେ ଚାରି ସାଙ୍ଗ, ଜଣକୁ ଟାଣିନେଲା କୁମ୍ଭୀର

ରାଜକନିକା: କେନ୍ଦ୍ରାପଡ଼ା ଜିଲାର ରାଜକନିକା  ଖରସ୍ରୋତା ନଦୀରେରେ ଗାଧୋଉଥିଲେ ଚାରି ସାଙ୍ଗ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ନଦୀ ଭିତରକୁ ଟାଣିନେଲା କୁମ୍ଭୀର ଓ ଅନ୍ୟ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର ହେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ବରୁଣା ପଞ୍ଚାୟତର ପାରିମୁକୁନ୍ଦପୁର ଗ୍ରାମରେ। ସାଙ୍ଗମାନଙ୍କଠାରୁ ଖବର ପାଇ ଅଗ୍ନିଶମ କର୍ମଚାରୀଙ୍କ ଖୋଜାଖୋଜି ଜାରି ରଖିଛି।
କେନ୍ଦ୍ରାପଡ଼ା ଜିଲାର ବରୁଣା ପଞ୍ଚାୟତ ଅନ୍ତର୍ଗତ ପାରିମୁକୁନ୍ଦ ଗ୍ରାମର ୧୬ବର୍ଷୀୟ ଦଶମ ଶ୍ରେଣୀ ଛାତ୍ର ରୁଦ୍ର ନାରାୟଣ ବେହେରା ଓ ତାଙ୍କର ଅନ୍ୟ ତିନିଜଣ ଯୁବକଙ୍କ ସହ ମିଶି ଖରସ୍ରୋତା ନଦୀରେ ଗାଧୋଉଥିଲେ। ସେମାନେ ଗାଧୋଉଥିବା ସମୟରେ ହଠାତ୍‌ କୁମ୍ଭୀର ସେମାନଙ୍କୁ ଆକ୍ରମଣ କରିଥିଲା ଏବଂ ରୁଦ୍ରକୁ ପାଣି ଭିତରକୁ ଟାଣିନେଇଥିଲା। ରୁଦ୍ରଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ତିନିଜଣ ଯୁବକଙ୍କ ଉଦ୍ୟମ ବିଫଳ ହୋଇଥିଲେ। ଏଥିରେ ଜଣେ ଯୁବକ ଆହତ ମଧ୍ୟ ହୋଇଥିଲା। ତେବେ ପାଣି ଭିତରକୁ ଟାଣି ନେଇଥିବା ନଦୀ ଭିତରୁ ରୁଦ୍ରଙ୍କ ପତ୍ତା ମିଳିନଥିବାବେଳେ ଅାହତ ଯୁବକଙ୍କୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ ଯେ, କେନ୍ଦ୍ରପଡ଼ା ଜିଲା ପାରିମୁକୁନ୍ଦପୁର ଗ୍ରାମ ନିକଟରେ ପ୍ରବାହିତ ଖରସ୍ରୋତା ନଦୀରେ ୧୬ ବର୍ଷର ବାଳକ ରୁଦ୍ର ନାରାୟଣ ବେହେରାଙ୍କୁ କୁମ୍ଭୀର ଟାଣି ନେଇଥିବା ବେଳେ ୩୦ ବର୍ଷର ଯୁବକ ଲିପନ ବେହେରାଙ୍କୁ ଉଦ୍ଧାର କରାଯାଇଛି । ରୁଦ୍ର ନାରାୟଣଙ୍କୁ ଉଦ୍ଧାର ପାଇଁ ଦମକଳ ବାହିନୀର କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି। ଖବର ପାଇ ରାଜକନିକା ଅତିରିକ୍ତ ତହସିଲଦାର ପ୍ରେମାନନ୍ଦ ବେହେରା ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଉକ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି, ତାଙ୍କ ସହ ସାଂସଦ ପ୍ରତିନିଧି, ପବିତ୍ର ରାଉତ ଓ ଯୁବ ନେତା ବସନ୍ତ ନାୟକ ମଧ୍ୟ ଉପସ୍ଥିତ ଥିଲେ। ରାଜକନିକା ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ ଯୋଗୁ ବହୁ ଲୋକଙ୍କ ଜୀବନ ଯାଉଛି। ଲୋକେ କିଭଳି କୁମ୍ଭୀର ଆକ୍ରମଣ ଶୀକାର ନ ହେବେ ଏବଂ ସେମାନଙ୍କ ଏଥିରେ ଜୀବନ ନ ଯିବ ସେଥିପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।

Comments are closed.