୧୬ରେ ଶପଥ ନେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ବିପୁଳ ବିଜୟ ହାସଲ କରିବା ପରେ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ୩ୟ ଥର ଲାଗି ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବେ। ଏଥିପାଇଁ ସେ ଆସନ୍ତା ୧୬ ତାରିଖରେ ଶପଥ ଗ୍ରହଣ କରିବେ। ଏ ନେଇ ରାମଲୀଳା ମୈଦାନରେ ଭବ୍ୟ ସମାରୋହର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ୭୦ ଆସନ ବିଶିଷ୍ଟ ବିଧାନସଭାରୁ ଆପ୍‌ ୬୨ ଆସନରେ ବିଜୟ ହାସଲ କରିଛି। ବିଜେପିକୁ ୮ଟି ଆସନ ମିଳିଛି। ଆପ୍‌ର ବିଜୟ ପରେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଲାଗି ଏବେ ଦଳୀୟ ବିଧାୟକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି। ମନ୍ତ୍ରୀପଦ ପାଇବା ଲାଗି ଲବି ଆରମ୍ଭ ହୋଇଯାଇଥିବା କୁହାଯାଉଛି। ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆପ୍‌ର ବିଜୟ ପରେ କେଜ୍ରିୱାଲଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି।

Comments are closed.