ସିଦ୍ଧୁଙ୍କ ପାଇଁ ଇମରାନ୍‌ଙ୍କ ବନ୍ଧୁତା ପ୍ରଥମ: କେଜ୍ରିଓ୍ୱାଲ

0

ନୂଆଦିଲ୍ଲୀ ..- ସିଦ୍ଧୁଙ୍କ ପାଇଁ ଇମରାନ୍‌ଙ୍କ ବନ୍ଧୁତା ପ୍ରଥମେ ବୋଲି  ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଛନ୍ତି । ସିଦ୍ଧୁ ପାକିସ୍ତାନ ଓ ଇମରାନ୍‌ଙ୍କ ସହ ବନ୍ଧୁତା ପ୍ରଥମେ କହୁଥିବା ବେଳେ ଦେଶ ତା’ ପରେ ବୋଲି ଭାବୁଛନ୍ତି ବୋଲି କେଜ୍ରିଓ୍ୱାଲ ପ୍ରକାଶ କରିଛନ୍ତି । ସିଦ୍ଧୁଙ୍କ ବକ୍ତବ୍ୟ ସାରା ଦେଶ ବାସୀଙ୍କୁ କ୍ଷୁବ୍ଧ କରିଛି।

ପୁଲୁଓ୍ୱାମା ଆକ୍ରମଣପରେ ସିଦ୍ଧୁ ଏହା ଅଳ୍ପ କିଛି ଲୋକଙ୍କର କାମ । ଏଥିପାଇଁ ସାରାଦେଶକୁ ଦୋଷୀ କରିବା ଠିକ୍‌ ନୁହେଁ ବୋଲି କହିଥିଲେ । ଜଣେ ଆପ୍‌ ବିଧାୟକଙ୍କର ବାହାଘରରେ ଯୋଗ ଦେବାକୁ ଆସିଥିବା ବେଳେ କେଜ୍ରିଓ୍ୱାଲ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ  ଏ କଥା କହିଛନ୍ତି ।

Leave A Reply