ସିବିଏସଇ ପରୀକ୍ଷା ବାତିଲ କରାଯାଉ: କେଜ୍ରିୱାଲ

ନୂଆଦିଲ୍ଲୀ: କରୋନା ମହାମାରୀର ୨ୟ ତରଙ୍ଗ ଭୟଙ୍କର ଭାବେ ବ୍ୟାପିଚାଲିଛି। ଦେଶରେ ଦୈନିକ ସଂକ୍ରମଣ ଦେଢ଼ ଲକ୍ଷ ଅତିକ୍ରମ କରିସାରିଛି। ରାଜଧାନୀ ନୂଆଦିଲ୍ଲୀରେ ବି ସଂକ୍ରମଣ ଦ୍ରୁତଗତିରେ ମାଡ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହିତ ସିବିଏସଇ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି।

କେଜ୍ରିୱାଲ କହିଛନ୍ତି, ଚଳିତଥରର ନୂଆ ଷ୍ଟ୍ରେନ ଯୋଗୁ ଯୁବପିଢ଼ି ଏବଂ ପିଲାମାନେ ଅଧିକ ପ୍ରଭାବିତ ହେଉଛନ୍ତି। ତେଣୁ ସେମାନେ ଅତି ଜରୁରୀ ନ ଥିଲେ ବାହାରକୁ ବାହାରନ୍ତୁ ନାହିଁ ବୋଲି ସେ ନିବେଦନ କରିଛନ୍ତି। ପିଲାଙ୍କ ସୁରକ୍ଷା ପ୍ରତି ଚିନ୍ତାବ୍ୟକ୍ତ କରି କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ଯେ ସିବିଏସଇ ପରୀକ୍ଷାକୁ ବାତିଲ କରାଯାଉଛି। ପରୀକ୍ଷା ପାଇଁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ଖୋଜାଯାଇ ପାରିବ। ଅନ୍‌ଲାଇନ ପରୀକ୍ଷା ହେଉ, ନଚେତ ଅନ୍ୟ କୌଣସି ରାସ୍ତା ବାହାର କରାଯାଉ। ୬ ଲକ୍ଷ ଛାତ୍ରଛାତ୍ର ସିବିଏସଇ ପରୀକ୍ଷା ଦେବେ ଏବଂ ୧ ଲକ୍ଷ ଶିକ୍ଷକ ସାମିଲ ହେବେ। ଏହା ବଡ଼ ବିପଦ ହୋଇପାରେ ବୋଲି କେଜ୍ରିୱାଲ କହିଛନ୍ତି।

Comments are closed.