ପ୍ରିୟଙ୍କାଙ୍କ ରୋଡ଼ ଶୋ’କୁ ନେଇ କେଜରିୱାଲଙ୍କ କଟାକ୍ଷ; କହିଲେ ଦିଲ୍ଲୀର ୭ ଆସନରେ କଂଗ୍ରେସ ଅମାନତ ହରେଇବ

ନୂଆଦିଲ୍ଲୀ : କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଦିଲ୍ଲୀ ରୋଡ଼ ଶୋ’କୁ ଆମ ଆଦମୀ ପାର୍ଟି (ଆପ) ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କଟାକ୍ଷ କରିଛନ୍ତି। ଅରବିନ୍ଦ କହିଛନ୍ତି ଯେ ପ୍ରିୟଙ୍କା ଦିଲ୍ଲୀରେ ନିଜ ସମୟ ନଷ୍ଟ କରୁଛନ୍ତି। ତାଙ୍କ ଦଳ ଦିଲ୍ଲୀର ୭ ଲୋକସଭା ଆସନରେ ଅମାନତ ହରାଇବ। ପ୍ରିୟଙ୍କାଙ୍କ ଯୋଗୁଁ ଆପର ମାତ୍ର କେତୋଟି ଭୋଟ କଟିବ। ଦିଲ୍ଲୀରେ ପ୍ରିୟଙ୍କା ସମୟ ନଷ୍ଟ ନକରି ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼କୁ ଯାଇ ର‍୍ୟାଲି କରିବା ଠିକ୍‍ ହେବ ବୋଲି କେଜରିୱାଲ କହିଛନ୍ତି।
ପ୍ରକାଶ ଯେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଉତ୍ତର ଦିଲ୍ଲୀ ଲୋକସଭା ଏବଂ ଦକ୍ଷିଣ ଦିଲ୍ଲୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ରୋଡ଼ ଶୋ’ କରିଥିଲେ। ଉତ୍ତର-ପୂର୍ବ ଦିଲ୍ଲୀ ପ୍ରାର୍ଥିନୀ ଶୀଲା ଦୀକ୍ଷିତଙ୍କ ପାଇଁ ପ୍ରିୟଙ୍କା ଏହି ରୋଡ଼ ଶୋ’ କରିଥିଲେ।

Comments are closed.