ନରମିଲେ କେଜରିୱାଲ: ଅଫିସରଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି

0

ନୂଆଦିଲ୍ଲୀ : ଆଇଏଏସ୍‍ ଅଧିକାରୀମାନେ ସାମ୍ନାକୁ ଆସିବା ପରେ ନରମ ପଡ଼ିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଆଇଏଏସ୍‍ ଅଫିସରଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଏକ ପୃଷ୍ଠାର ଲିଖିତ ପ୍ରତିଶ୍ରୁତି ବାର୍ତ୍ତାରେ କେଜରିୱାଲ ଏହା ଉଲ୍ଲେଖ କରିଛନ୍ତି। ଆଇଏଏସ୍‍ ଅଫିସରମାନେ ତାଙ୍କର ପରିବାର ଭଳି ବୋଲି କେଜରିୱାଲ ଦର୍ଶାଇଛନ୍ତି। କେଜରିୱାଲ ତାଙ୍କ ଟ୍ୱିଟରରେ ଏହି ଲିଖିତ ପ୍ରତିଶ୍ରୁତି ଦେବା ସହ ଆଇଏଏସ୍‍ ଅଫିସରଙ୍କୁ ଧର୍ମଘଟ ଛାଡି କାର୍ଯ୍ୟରେ ଯୋଗଦେବାକୁ ନିବେଦନ କରିଛନ୍ତି। ଆଇଏଏସ୍‍ ଅଫିସରମାନେ ଧର୍ମଘଟ ଚଳାଇଥିବା ନେଇ କେଜରିୱାଲ କରିଥିବା ଅଭିଯୋଗକୁ ସଂଘ ଖଣ୍ଡନ କରିଥିଲା। ସଂଘର ସାମ୍ବାଦିକ ସମ୍ମଳନୀ ପରେ କେଜରିୱାଲ ଏପରି ଟୁଇଟ୍‍ କରିଛନ୍ତି। ସଂଘ କହିଥିଲା ଯେ ଯେଉଁ ଠାରେ ଅଫିସରମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ସେଠାକୁ ସେମାନେ ଯାଉନାହାନ୍ତି। ଅନ୍ୟଥା ଆଇଏଏସ୍‍ ଅଫିସରମାନେ କୌଣସି ପ୍ରକାର ଧର୍ମଘଟ ଚଳାଇ ନାହାନ୍ତି ବୋଲି ସଂଘ କହିଥିଲା।

Leave A Reply