ଅନ୍‌ଲାଇନ୍‌ରେ ଫିସିଂ , ଓ୍ୱିଶିଂ ଏଂ ସ୍ମିଶିଂ ଜରିଆରେ ହେଉଛି ଠକେଇ – ଜାଣନ୍ତୁ କେମିତି ରହିବେ ଏଥିରୁ ସୁରକ୍ଷିତ

ନୂଆଦିଲ୍ଲୀ – କୋଭିଡ୍‌ ୧୯ ସମୟରେ ସାରା ଦେଶରେ ଅନ୍‌ଲାଇନ୍ କାରବାର ବେଶ୍‌ ବୃଦ୍ଧି ପାଇଥିଲା । ସାଧାରଣ ଲୋକମାନେ ୟୁପିଆଇ ସହ ଅନ୍ୟ ଅନ୍‌ଲାଇନ୍‌ ସେବାକୁ ଅଧିକ ପରିମାଣରେ ବ୍ୟବହାର କରୁଛନ୍ତି । ଏହା ସହ ଅନ୍‌ଲାଇନ୍‌ ଠକାମୀ ମଧ୍ୟ ବୃଦ୍ଧି ପାଇଛି । ସାଧାରଣଲୋକଙ୍କୁ ଚତୁର ଠକମାନେ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ଠକି ଚାଲିଛନ୍ତି । ଏମାନେ ଫିସିଂ ଆଟାକ୍‌ ବା ଆର୍ଥିକ ଠକାମୀରେ ଫସାଇବା ପାଇଁ ଚେଷ୍ଟା କରନ୍ତି ।

ଆସନ୍ତୁ ଜାଣିବା କଅଣ ହେଉଛି ଫିିସିଂ ଆଟାକ୍‌ ।

ଫିସିଂ ଆଟାକା ବେଳେ ଅଜ୍ଞାତ ବ୍ୟକ୍ତିମାନେ ମିଛ ଇ-ମେଲ୍‌ ଦେଇ ଥାଆନ୍ତି। ଭ୍ରମ ସୃଷ୍ଚି କରିବାକୁ ବା ଧୋକା ଦେବା ପାଇଁ ମିଛ ମେଲ୍‌ ଦିଆଯାଇଥାଏ । ନିଜକୁ ଏକ କମ୍ପାନୀ ଭାବେ ପରିଚୟ ଦେଇ ମିଛ ଇ ମେଲ୍‌ ଦିଆଯାଇଥାଏ । ପରେ ଲୋକମାନେ ଲୋଭ ବଶତଃ କିମ୍ବା ଭୁଲ୍‌ରେ ଏଥିରେ ନିଜର ତଥ୍ୟ ଦେଲେ ତାହା ଠକଙ୍କ ପାଖକୁ ଚାଲିଯାଏ । ଲୋକଙ୍କର ବ୍ୟକ୍ତିଗତ ଏବଂ ବ୍ୟାଙ୍କର ତଥ୍ୟ ଏହି ଚତୁର ଠକମାନେ ସଂଗ୍ରହ କରିଥାଆନ୍ତି ।

ଏବେ ଫୋନ୍‌ କଲ୍‌ ଏବଂ ମେସେଜ୍‌ ମଧ୍ୟ ଦିଆଯାଉଛି । ଏହାକୁ ଓ୍ୱିଂଶିଂ ଏଂ ସ୍ମିଶିଂ କୁହାଯାଇଛି । ଏହି ସବୁ ଠକେଇରୁ କିପରି ବର୍ତ୍ତିବେ ସେଥିପାଇଁ ଆର୍‌ବିଆଇ ମାର୍ଗଦର୍ଶିକା ଜାରି କରିଛି ।

ଫିସିଂ ଆଟାକ୍‌ର ପ୍ରକାର –

ଇ- ମେଲ୍‌ ଫିସିଂ

ଏଥିରେ ମିଛ ମେଲ୍‌ ଦିଆଯାଇ ଲୋକମାନଙ୍କୁ ପ୍ରଲୋଭିତ କରାଯାଇଥାଏ । ନିଜକୁ କୌଣସି କମ୍ପାନୀର ସତ କର୍ମଚାରୀ ଭାବେ ପରିଚୟ ଦିଆଯାଇଥାଏ । ଲୋକଙ୍କୁ ତଥ୍ୟ ଦେବା ପାଇଁ ଏମାନେ ଏକ ପ୍ରକାର ଫସାଇ ଦେଇ ଥାଆନ୍ତି ।

ସ୍ମିଶିଂ – ଏଥିରେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଲୋଭ ଦେଖାଇ ମାଗଣାରେ ଏହା ମିଳିବ, କି କମ୍‌ ଦାମରେ ମିଳିବ ବୋଲି କୁହାଯାଇ ଏକ ଲିଙ୍କ୍‌ ଉପରେ କ୍ଲିକ୍‌ କରିବା ପାଇଁ କୁହାଯାଇଥାଏ । ପରେ ଲୋକମାନେ ଲୋଭରେ ଏହାକୁ କ୍ଲିକ୍ କରି ନିଜର ବ୍ୟାଙ୍କର ତଥ୍ୟ ଦେଇଥାଆନ୍ତି ।

ଓ୍ୱିଂଶିଂ – ଅନ୍ୟ ଠକେଇ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଓ୍ୱିଂଶିଂ ମଧ୍ୟ ବୃଦ୍ଧି ପାଇଛି । ଏଥରେ ମିଛ କଲ୍‌ ସେଣ୍ଟର କିମ୍ବା ଠକ ନିଜକୁ ବ୍ୟାଙ୍କର କର୍ମଚାରୀ ବୋଲି ପରିଚୟ ଦେଇ କଲ୍‌ କରିଥାଏ । ଖାତା ସହ ଜଡିତ କିଛି ତଥ୍ୟ ଭୁଲ୍‌ ଅଛି କହି ବ୍ୟାଙ୍କର ତଥ୍ୟ ମାଗିଥାଏ । ଲୋକମାନେ ଏମାନଙ୍କ କଥାରେ ଫସିଗଲେ ଓଟିପି ଆଦି ଦେଇ ଦେଇଥାଆନ୍ତି। ଏମାନେ ଥାର୍ଡପାର୍ଟି ଓ୍ୱେବସାଇଟ୍‌ ଅବିକଳ ବ୍ୟାଙ୍କ କିମ୍ବା କମ୍ପାନୀର ଓ୍ୱେବସାଇଟ୍‌ ପରି ତିଆରି କରିଥାନ୍ତି । ଲୋକଙ୍କର ବ୍ୟାଙ୍କ ତଥ୍ୟ ଏବଂ ଆଧାର ପ୍ୟାନ୍‌ ର ତଥ୍ୟ ନେବା ପରେ ଠକି ଥାଆନ୍ତି ।

କିପରି ରହିବେ ସାବଧାନ

ଏପରି ମିଛ କଲ୍‌ କିମ୍ବା ଇ-ମେଲ୍‌ ଏବଂ ମେସେଜ୍‌ ଆସିଲେ ନିଜର ତଥ୍ୟ ଦିଅନ୍ତୁ ନାହିଁ . କୌଣସି କଥାରେ ସନ୍ଦେହ ହେଲେ ବ୍ୟାଙ୍କର ଶାଖା ସହ ଯୋଗାଯୋଗ କରନ୍ତୁ । ନିଜର ଓଟିପି ଏବଂ ବ୍ୟାଙ୍କର ତଥ୍ୟ ଅନ୍ୟ ବ୍ୟକ୍ତିଙ୍କୁ ଭୁଲ୍‌ରେ ବି ଦିଅନ୍ତୁ ନାହିଁ ।

Comments are closed.