ଏବେ ବି ବଞ୍ଚିଛି ମାନବିକତା, ଦେବଦୂତ ସାଜିଲେ ଦିବ୍ୟାଙ୍ଗ ସାପକାମୁଡାରେ ଗୁରୁତର ଯୁବକକୁ କଟକ ପଠାଇଲେ

କେଶଦୁରାପାଳ : ଆଜିର ବ୍ୟସ୍ତ ବହୁଳ ସ୍ୱାର୍ଥପର ସମାଜରେ ଏବେ ବି କେଉଁଠି ନା କେଉଁଠି ବଞ୍ଚି ରହିଛି ମାନବିକା । ଏହାର ଏକ ନିଛକ ଉଦାହାରଣ ଦେଖିବାକୁ ମିଳିଛି ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭାକୁକା ଗ୍ରାମର ଦିବ୍ୟାଙ୍ଗ ସଚିତ୍ର ଜେନାଙ୍କ ପାଖରେ। ଦିବ୍ୟାଙ୍ଗ ସଚିତ୍ର ଜେନା ଦେବଦୂତ ସାଜି  ସାପକାମୁଡାରେ ଗୁରୁତର ଯୁବକକୁ କଟକ ପଠାଇବାରେ ସହଯୋଗ କରିଛନ୍ତି। ସୁଚନାରୁ ଜଣାଯାଏ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସୁଆଁଳ ଗ୍ରାମର ଛବି ବେହେରା (୪୦) ବିଲ ରେ କାମ କରୁଥିବା ବେଳେ ଘରକୁ ଖାଇବା ପାଇଁ ଆସିଥିଲେ। ଏହି ସମୟରେ ଘରେ ଏକ ବିଶାକ୍ତ ସାପ ପଶିଯାଇଥିଲା । ଛବି ଏହି ସାପକୁ ବାହାର କରିବାକୁ ଚେଷ୍ଟା କରିବା ବେଳେ ସାପଟି ଛବିର ହାତକୁ କାମୁଡି ଦେଲା। ପରିବାର ଲୋକ ଏହା ଜାଣିବା ପରେ ଗାଡି ଖୋଜିଥିଲେ ହେଲେ ଲକଡାଉନ ଯୋଗୁ ଗାଡ଼ି ମିଳିନଥିଲା।

ଏହି ଖବର ପାଇ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭାକୁକା ଗ୍ରାମର ଦିବ୍ୟାଙ୍ଗ ସଚିତ୍ର ଜେନା ଦେବହୁତ ସାଜି ନିଜର ୩ ଚକିଆ ଗାଡ଼ିରେ ଛବି ବେହେରାକୁ ପ୍ରଥମେ ସାଇକୁଳ ଡାକ୍ତରଖାନାକୁ ନେଇଥିଲେ ଅବସ୍ଥା ଗୁରୁତର ଥିବାରୁ ଯୁବକକୁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲେ ହେଲେ ଆସିବା ବାଟରେ ବେଲବାହାଳି ପୋଲ ଜାମ ଥିଲ। ସେଠାରୁ ସଚିତ୍ର ନିଜ ଗାଡ଼ି ଫେରାଇ ହସନପୁର ଦେଇ ଶାଳପଡ଼ା ଠାରେ ବାହାରି ବହୁ କଷ୍ଟରେ ଆନନ୍ଦପୁର ଡାକ୍ତରଖାନା କୁଆଣିଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଛବିକୁ କଟକ ପଠାଇଥିଲେ । ସଚିତ୍ର ୧୦୮ କୁ ଫୋନ କରି ଡାକାଇ ଛବିକୁ କଟକ ପଠାଇଥିବା ଜଣାପଡ଼ିଛି । ଜଣେ ଦିବ୍ୟାଙ୍ଗ ଅନ୍ୟର ବିପଦ ବେଳେ ଏ ପରି ମାନବିକତା ଦେଖାଇ ଅନ୍ୟ ମାନଙ୍କ ପାଇଁ ଉଦାହାଣ ପାଲଟିଛନ୍ତି । ସଚିତ୍ରଙ୍କର ଏପରି କାର୍ଯ୍ୟ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶଂସା କରାଯାଇଛି ।

Comments are closed.