କେଦାରନାଥରେ ପ୍ରଥମ ତୁଷାରପାତ

ଉତ୍ତରାଖଣ୍ଡ: ଦେଶରେ ଶୀତର ପ୍ରକୋପ ଜାରି ହୋଇଗାଲାଣି। କିଛି ଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀରେ ଗତ ୫୮ ବର୍ଷର ରେକର୍ଡ ଭାଙ୍ଗିଛି। ଏହାର ପ୍ରଭାବ ଉତ୍ତରାଖଣ୍ଡରେ ମଧ୍ୟ ଦେଖାଯାଇଛି। ମଙ୍ଗଳବାର ସକାଳେ କେଦାରନାଥ ଧାମରେ ​​ତୁଷାରପାତ ହୋଇଥିଲା। ଯେଉଁଥିପାଇଁ ଧାମରେ ​​ଦୁଇ ଇଞ୍ଚର ବରଫ ଜମା ହୋଇ ରହିଥିବା ଦେଖିବାକୁ ମିଳିଛି। ସମଗ୍ର ଅଞ୍ଚଳ ବରଫର ଏକ ଧଳା ଚାଦର ଦ୍ୱାରା ଆଚ୍ଛାଦିତ ହୋଇ ରହିଛି। ତୁଷାରପାତ ଯୋଗୁଁ ଏଠାରେ ପ୍ରବଳରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଧାମରେ ​​ପହଞ୍ଚିଥିବା ଭକ୍ତମାନେ ଶୀତ ହେତୁ ସେମାନେ ବାହାରି ନ ପାରି ଏକ କୋଠରୀରେ ରହିଥିବା ଦେଖାଯାଇଛି।

ଅନ୍ୟପକ୍ଷରେ, ମଙ୍ଗଳବାର ଚାମୋଲି ଜିଲ୍ଲାରେ ଥଣ୍ଡା ତରଙ୍ଗର ପୂର୍ବାନୁମାନ କରାଯାଇଛି। ଏଠାରେ ଉଚ୍ଚ ଜାଗାମାନଙ୍କରେ ତୁଷାରପାତ ହେବାର ସମ୍ଭାବନା ରହିଛି। ଉତ୍ତରାଖଣ୍ଡର ଅଧିକାଂଶ ଅଞ୍ଚଳରେ ଗୋଟିଏ ସପ୍ତାହ ମଧ୍ୟରେ ଥଣ୍ଡା ଏବଂ ଫ୍ଲୁ ହେବାର ଆଶଙ୍କା ଅଧିକ ରହିଛି। ଲୋକଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ ପାଣିପାଗ ବିଭାଗ ସତର୍କ ରହିବାକୁ ପରାମର୍ଶ ଜାରି କରିଛି।

 

 

Comments are closed.