ସଫଳତା ହାସଲ କରିଛି ‘କେଦାରନାଥ’ : ୪ଦିନରେ ୩୨କୋଟି

0

ନୂଆଦିଲ୍ଲୀ : ସାରା ଅଲୀ ଖାନ୍ ଓ ସୁଶାନ୍ତ ସିଂହ ରାଜପୁତ ଅଭିନୀତ ଚଳଚ୍ଚିତ୍ର ‘କେଦାରନାଥ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ୪ଦିନରେ ୩୨କୋଟି ଟଙ୍କା ଆୟ କରି ଚଳଚ୍ଚିତ୍ର ହିଟ୍‍ ସାବ୍ୟସ୍ତ ହୋଇଛି।

ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍‍ କରି ସୋମବାର ସୁଦ୍ଧା ଚଳଚ୍ଚିତ୍ରର ଆୟ ବିଷୟରେ ସୂଚନା ଦେଇଛନ୍ତି। ଟ୍ୱିଟ୍‍ ଅନୁସାରେ, ଚଳଚ୍ଚିତ୍ର ପ୍ରଥମ ଦିନ ଅର୍ଥାତ୍‍ ଶୁକ୍ରବାର ୭.୨୫କୋଟି ଟଙ୍କା ଆୟ କରିଛି। ସେହିପରି ଶନିବାର ୯.୭୫କୋଟି, ରବିବାର ୧୦.୭୫କୋଟି ଓ ସୋମବାର ୪.୨୫କୋଟି ଟଙ୍କା ଆୟ କରିଛି। ତେବେ ଚଳଚ୍ଚିତ୍ରଟି ମୁକ୍ତିଲାଭ ହେବାର ମାତ୍ର ୪ଦିନରେ ଭାରତୀୟ ବଜାରରେ ମୋଟ୍‍ ୩୨କୋଟି ଟଙ୍କା ଆୟ କରିପାରିଛି। ଚଳଚ୍ଚିତ୍ର ସମୀକ୍ଷକମାନେ ଏହି ଚଳଚ୍ଚିତ୍ରରେ ସୁଶାନ୍ତ ଓ ସାରାଙ୍କ ଅଭିନୟକୁ ବେଶ୍‍ ପ୍ରଶଂସା କରିଥିବା ଜଣାପଡ଼ିଛି।

Leave A Reply