ରିଲିଜ ହେଲା ‘କେଦାରନାଥ’ର ଟ୍ରେଲର

0

ମୁମ୍ବଇ : ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଚଳଚ୍ଚିତ୍ର କେଦାରନାଥର ଟ୍ରେଲର ରିଲିଜ ହୋଇଛି। ଶୁଟିଂ ଆରମ୍ଭରୁ ବିବାଦରେ ରହିଆସିଛି ଏହି ଚଳଚ୍ଚିତ୍ର। ଏଥିରେ ସୁଶାନ୍ତଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ‘ସାରା’। କେଦାରନାଥରେ ଘଟିଥିବା ପ୍ରକୃତିର ତାଣ୍ଡବ ଏବଂ ତାମଧ୍ୟରେ ଏକ ପ୍ରେମ କାହାଣୀକୁ ନେଇଁ ସିନେମାଟି ଗତିଶୀଳ ହୋଇଛି। ଗୌରିକୁଣ୍ଡରୁ କେଦାରନାଥ ଯାଏ ୧୪କି.ମି ରାସ୍ତା ହିଁ ସିନେମାର ବିଷୟବସ୍ତୁ। ଡିସେମ୍ବର ୭ତାରିଖରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର। ମନସୁର ଓ ମୁକ୍କୁଙ୍କ ପ୍ରେମ କାହାଣୀ ଏଥିରେ ବର୍ଣ୍ଣିତ। ମନସୁର ଭୂମିକାରେ ସୁଶାନ୍ତ ଅଭିନୟ କରିଥିଲାବେଳେ ‘ମୁକ୍କୁ’ ଭୂମିକାରେ ନଜର ଆସିବେ ‘ସାରା’। ମନ୍‌ସୁର ଜଣେ ଯାତ୍ରୀ ବହନକାରୀ ପିଠୁ ଶ୍ରମିକ ହୋଇଥିବା ବେଳେ ସେହି ପ୍ରଳୟ ଦିନ ସେଠାରେ ରହିଯାଇଥିବା ଜଣେ ଦର୍ଶନାର୍ଥୀ ଯୁବତୀଙ୍କୁ ସେ ଉଦ୍ଧାର କରିବା ଏବଂ ସେମାନଙ୍କ ମଧ୍ୟରେ ପ୍ରେମକାହାଣୀ ଏଥିରେ ବର୍ଣ୍ଣିତ। ଚଳଚ୍ଚିତ୍ରର  ନିର୍ଦେଶନା ଭାର ସମ୍ଭାଳିଛନ୍ତି ‘ଅଭିଷେକ କପୁର’ ।

Leave A Reply