ତୁଷାରପାତରେ ୩ ମୃତ; କେଦାରନାଥ ଯାତ୍ରା ବାଧାପ୍ରାପ୍ତ

0

ଡେରାଡୁନ୍‌ : ଉତ୍ତରାଖଣ୍ଡରେ ସୋମବାର ରାତିରୁ ଅବିଶ୍ରାନ୍ତ ଭାବେ ତୁଷାରପାତ ଲାଗି ରହିଥିବାରୁ କେଦାରନାଥ ଯାତ୍ରା ବାଧାପ୍ରାପ୍ତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ତୁଷାରପାତ ସହିତ ବର୍ଷା ହେବା ଫଳରେ ତିନି ଜଣ ପ୍ରାଣ ହରାଇଛନ୍ତି। କେଦାନାଥ ମନ୍ଦିର ଏକରକମ ବରଫାବୃତ ହୋଇପଡ଼ିଛି। ଅତଡ଼ା ଧସିବାରୁ ଦୋରନାଥ ଓ ବଦ୍ରିନାଥ ଯାତ୍ରା ବନ୍ଦ ହୋଇଯାଇଛି। ଲାମ୍ବାଗଡ଼ଠାରେ ଅତଡ଼ା ଧସିବାରୁ ଲିଚାଉଲି ଏବଂ ଭୀମ୍ବାଲି ଦେଇ ତୀର୍ଥଯାତ୍ରୀମାନଙ୍କୁ କେଦାରନାଥ ଯିବାକୁ ବାରଣ କରାଯାଇଛି। କାଞ୍ଚନ ଗଙ୍ଗାଠାରେ ରାସ୍ତା ବନ୍ଦ ହେବା ସହ ଋଷିକେଶ-ଯମୁନୋତ୍ରୀ ରାସ୍ତା ମଧ୍ୟ ବନ୍ଦ ହୋଇଯାଇଛି। ତୁଷାରପାତ କାରଣରୁ କଂଗ୍ରେସ ନେତା ହରିଶ ରାୱତ୍‌, ରାଜ୍ୟସଭା ସାଂସଦ ପ୍ରଦୀପ ତମତା ଏବଂ ସ୍ଥାନୀୟ ବିଧାୟକ ମନୋଜ ରାୱତ୍‌ଙ୍କ ସମେତ ଛ’ ଜଣ କଂଗ୍ରେସ ନେତା ଅଧାବାଟରେ ଅଟକି ରହିଥିବା ରୁଦ୍ରପ୍ରୟାଗ ଜିଲା ମାଜିଷ୍ଟ୍ରେଟ୍‌ ମଙ୍ଗେଶ ଗିଲଦିୟାଲ ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଏ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତି୍ରଭେନ୍ଦ୍ର ସିରହ ରାୱତଙ୍କ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଜରୁରୀକାଳୀନ ସହାୟତା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି।

Leave A Reply