ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେ. ଚନ୍ଦ୍ରଶେଖର ରାଓ

0

ତେଲଙ୍ଗାନା : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ କେ. ଚନ୍ଦ୍ରଶେଖର ରାଓ(କେସିଆର୍‍) ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ତେଲଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ)ର ମୁଖ୍ୟ ଭାବେ ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସୂଚନା ଅନୁସାରେ, ତେଲଙ୍ଗାନାରେ ୧୧୯ଟି ଆସନରୁ ୮୮ଟି ଆସନରେ ଟିଆରଏସ୍‍ ବିଜୟଲାଭ କରିଛି। ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହମ୍‌ କେସିଆରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥଗ୍ରହଣ ଉତ୍ସବରେ କେ.ଚନ୍ଦ୍ରଶେଖର ରାଓଙ୍କ ସହ ମହମ୍ମଦ ମେହମ୍ମୁଦ ଅଲ୍ଲି ମଧ୍ୟ ଶପଥ ନେଇଛନ୍ତି। ମହମ୍ମଦ କେସିଆରଙ୍କ ପୂର୍ବ ଶାସନ କାଳରେ ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ବୁଧବାର ବିଧାୟକ ଦଳ ବୈଠକରେ କେସିଆରଙ୍କୁ ଦଳର ମୁଖ୍ୟ ଭାବେ ଚୟନ କରାଯାଇଥିଲା।

Leave A Reply