କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ୫୫ ପଞ୍ଚାୟତରେ କାର୍ଡ ବଣ୍ଟନ କଲେ ମନ୍ତ୍ରୀ, ବିଧାୟକ

କୁଚିଣ୍ଡା: କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ସମସ୍ତ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭ ହୋଇଛି। କୁଚିଣ୍ଡା ବ୍ଲକରେ ମନ୍ତ୍ରୀ ଟୁକୁନୀ ସାହୁ ୧୩ଟି ପଞ୍ଚାୟତ ଅଞ୍ଚଳରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତାଙ୍କ ସାଥିରେ ସୁନ୍ଦରଗଡ ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ ସମସ୍ତ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିପରି ଜମନକିରା ବ୍ଲକରେ ମନ୍ତ୍ରୀ ଅରୁଣ ସାହୁ, ବିଧାୟକ କିଶୋର ନାଏକ, ବ୍ଲକ ଅଧ୍ୟକ୍ଷ ଅରୁଣ ନାଏ ଅତିଥି ଭାବେ ଯୋଗଦେଇ ଉଘାଟନ କରିଥିଲେ। ବାମରା ବ୍ଲକରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ଗୁଡିକରେ ଯୋଗ ଦେଇ ଉଦଘାଟନ କରିଥିଲେ।

Comments are closed.